ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଭାରତ ଗସ୍ତ:ବାଣିଜ୍ୟ ଚୁକ୍ତି ଉପରେ ଗୁରୁତ୍ୱ, ଉଭୟ ଦେଶ ମଧ୍ୟରେ ବଢ଼ିବ ସହଯୋଗ ଓ ସହଭାଗିତା
ଗସ୍ତ ସମୟରେ ରୁବିଓ ମୁମ୍ବାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେବେ। ଏହା ପରେ ସେ ଗୁଜରାଟର ଜାମନଗର ଗସ୍ତ କରିବେ। ସେଠାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବୃହତ୍ ତୈଳ ବିଶୋଧନାଗାର ଓ ଶକ୍ତି କ୍ଷେତ୍ର ସହ ଜଡ଼ିତ ପ୍ରସଙ୍ଗ ଉପରେ ଗୁରୁତ୍ୱ ରହିବ
ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତରେ ପହଞ୍ଚିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ପ୍ରସ୍ତାବିତ ଶୁଳ୍କ ପଦକ୍ଷେପକୁ ସ୍ଥଗିତ ରଖିବା ପରେ ଏହି ଗସ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ରୁଷ୍ଠାରୁ ଭାରତର ଅଶୋଧିତ ତୈଳ କ୍ରୟକୁ ନେଇ ଦୁଇ ଦେଶ ମଧ୍ୟରେ ରହିଥିବା ମତଭେଦ ମଧ୍ୟ ଆଲୋଚନାର ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ। ଏହା ସହିତ ଦ୍ୱିପାକ୍ଷିକ ସମ୍ପର୍କ, ଶକ୍ତି ସୁରକ୍ଷା ଓ ରଣନୈତିକ ସହଯୋଗ ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରୁବିଓ ମୁମ୍ବାଇରେ ପହଞ୍ଚିବା ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ବୈଠକରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି ଓ ଦୁଇ ଦେଶର ରଣନୈତିକ ସହଭାଗିତାକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବ।
ଏହି ଗସ୍ତ ସମୟରେ ରୁବିଓ ମୁମ୍ବାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେବେ। ଏହା ପରେ ସେ ଗୁଜରାଟର ଜାମନଗର ଗସ୍ତ କରିବେ। ସେଠାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବୃହତ୍ ତୈଳ ବିଶୋଧନାଗାର ଓ ଶକ୍ତି କ୍ଷେତ୍ର ସହ ଜଡ଼ିତ ପ୍ରସଙ୍ଗ ଉପରେ ଗୁରୁତ୍ୱ ରହିବ।ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘଦିନ ଧରି ଆଲୋଚନା ଚାଲିଥିବା ବାଣିଜ୍ୟ ଚୁକ୍ତି ଏହି ଗସ୍ତରେ ଚୂଡ଼ାନ୍ତ ହେବ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।