ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜ ମୋହନ ରାମ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ କରାଇଲେ ଶପଥ ପାଠ
ଶପଥ ଗ୍ରହଣ ପୂର୍ବରୁ ଓ ପରେ ନୂଆ ରାଜ୍ୟପାଳଙ୍କୁ ସଶସ୍ତ୍ର ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ସମାରୋହକୁ ଦୃଷ୍ଟିରେ ରଖି ଲୋକଭବନ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି
ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜ ମୋହନ ରାମ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନରେ ଏଥିପାଇଁ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା।ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ ଓ ବରିଷ୍ଠ ସରକାରୀ ଅଧିକାରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।
ଶପଥ ଗ୍ରହଣ ପୂର୍ବରୁ ଓ ପରେ ନୂଆ ରାଜ୍ୟପାଳଙ୍କୁ ସଶସ୍ତ୍ର ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ସମାରୋହକୁ ଦୃଷ୍ଟିରେ ରଖି ଲୋକଭବନ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶପଥ ଗ୍ରହଣ ପରେ ବ୍ରଜମୋହନ ରାମ ଆନୁଷ୍ଠାନିକ ଭାବେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହ ରାଜ୍ୟର ରାଜ୍ୟପାଳ ପଦରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ।