thelifelinemedia
Latest Odisha News, Breaking News Today

୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ:ଓଡ଼ିଶାର ବିକାଶ ହେଲେ ହିଁ ପୂର୍ବ ଭାରତର ପୂର୍ଣ୍ଣ ବିକାଶ ସମ୍ଭବ ହେବ

ଚଳିତ ବର୍ଷ ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ 'ହୋଟେଲ ମେଫେୟାର ସାଙ୍କଚୁଆରୀ'ଠାରେ ଅକ୍ଟୋବର ୨୩ ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି।

ଭୁବନେଶ୍ୱର: ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସହରାଞ୍ଚଳ ବିକାଶ ଓ ମୋବିଲିଟି ଉପରେ ମାନସମନ୍ଥନ କରାଯାଇଛି । ଭୁବନେଶ୍ବରରେ ଚାଲିଛି ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇଛନ୍ତି । ମୁଖ୍ଯମନ୍ତ୍ରୀ କହିଛନ୍ତି, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ରଖାଯାଇଛି। ପୂର୍ବୋଦୟ ପରିକଳ୍ପନାର ଯେଉଁ ଲକ୍ଷ୍ୟ ରଖିଛନ୍ତି PM ମୋଦି । ତାହା ପୂରଣ କରିବାକୁ ରାଜ୍ୟ ସରକାର ଚେଷ୍ଟା କରିବେ। ଓଡ଼ିଶାର ବିକାଶ ହେଲେ ହିଁ ପୂର୍ବ ଭାରତର ପୂର୍ଣ୍ଣ ବିକାଶ ସମ୍ଭବ ହେବ।

ଚଳିତ ବର୍ଷ ୧୯ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ‘ହୋଟେଲ ମେଫେୟାର ସାଙ୍କଚୁଆରୀ’ଠାରେ ଅକ୍ଟୋବର ୨୩ ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଓଡ଼ିଶା ପ୍ରଥମ ଥର ପାଇଁ ଏହି ସମ୍ମିଳନୀର ଆୟୋଜନ କରୁଛି।କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି।

Leave A Reply

Your email address will not be published.