ଗଜଲକ୍ଷ୍ମୀ ପୂଜା ତୋରଣ ଖୋଲ: ସାମ୍ଭାବ୍ୟ ବାତ୍ୟାକୁ ନେଇ ଏମିତି କହିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
୧୩୦ ବାତ୍ୟା ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ରହିଛି।୧୧୩ ପଞ୍ଚାୟତର ୩୭୩ ସମ୍ବେଦନଶୀଳ ଅଞ୍ଚଳରୁ ସ୍ଥାନାନ୍ତର ଯୋଜନ ରହିଛି
କେନ୍ଦ୍ରାପଡ଼ା:ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶ। ଗଜଲକ୍ଷ୍ମୀ ପୂଜା ତୋରଣ ଖୋଲିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ। ୨୭, ୨୮, ୨୯ ତାରିଖ ତିନିଦିନ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ କହିଲେ। ଗଜଲକ୍ଷ୍ମୀ ପୂଜା କମିଟିକୁ ତୋରଣ ଖୋଲି ଦେବାକୁ ନିର୍ଦ୍ଦେଶ। ସେହିପରି ଆସନ୍ତା ସପ୍ତାହରେ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ୧୩୦ ବାତ୍ୟା ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ରହିଛି।୧୧୩ ପଞ୍ଚାୟତର ୩୭୩ ସମ୍ବେଦନଶୀଳ ଅଞ୍ଚଳରୁ ସ୍ଥାନାନ୍ତର ଯୋଜନ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା କହିଲେ ଜିଲାପାଳ।
ବଙ୍ଗୋପସାଗରରେ ଏକ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ନେଇ ଆକଳନ କରାଯାଇଛି, ଯାହା ଅକ୍ଟୋବର ୨୬ ତାରିଖରେ ବାତ୍ୟାର ରୂପ ନେଇପାରେ ଏବଂ ଅକ୍ଟୋବର ୨୮ ତାରିଖ ଆଡ଼କୁ ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶ ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି। ସ୍ଥିତି ଉପରେ ପାଣିପାଗ ବିଭାଗ ନଜର ରଖିଛି ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।