ସୁନା ଓ ରୁପା ଦରରେ ବଡ଼ ହ୍ରାସ: ଆଗକୁ ଆହୁରି କମିବା ନେଇ ଆଶା
ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ୧.୩୨ ପ୍ରତିଶତ ହ୍ରାସ ପାଇ ଔନ୍ସ ପିଛା ୪,୦୦୬ ଡଲାରରେ ପହଞ୍ଚିଥିଲା। ସେହିପରି ରୁପା ଦରରେ ୧.୮୯ ପ୍ରତିଶତ ହ୍ରାସ ରେକର୍ଡ ହୋଇଥିଲା।ଜାନୁଆରୀ ୨୦୨୬ରେ ରୁପା କିଲୋଗ୍ରାମ ପିଛା ୪.୨୦ ଲକ୍ଷ ଟଙ୍କାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା
ନୂଆଦିଲ୍ଲୀ:ସୁନା ଓ ରୁପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଘରୋଇ ବଜାର ରେ ସୁନା ଦର ପ୍ରାୟ ୧ ପ୍ରତିଶତ ହ୍ରାସ ପାଇ ୧ ଲକ୍ଷ ୪୨ ହଜାର ଟଙ୍କା ପାଖାପାଖି ପହଞ୍ଚିଛି। ସେହିପରି ରୁପା ଦରରେ ୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟି ଏହା କିଲୋଗ୍ରାମ ପିଛା ୧ ଲକ୍ଷ ୯୨ ହଜାର ଟଙ୍କା ପାଖାପାଖିକୁ ଖସିଛି। କେବଳ ଭାରତୀୟ ବଜାର ନୁହେଁ, ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଏହି ଦୁଇ ମୂଲ୍ୟବାନ ଧାତୁ ଉପରେ ଚାପ ଦେଖିବାକୁ ମିଳିଛି। ବଜାର ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନା ଓ ରୁପା ଦରରେ ଆହୁରି ହ୍ରାସ ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୩ ତାରିଖ ରାତି ୧୧ଟା ସୁଦ୍ଧା ସୁନା ଦର ୧,୩୨୫ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୧,୪୧,୯୮୪ ଟଙ୍କାରେ କାରବାର କରୁଥିଲା। ଅନ୍ୟପକ୍ଷରେ, ରୁପା ଦର କିଲୋଗ୍ରାମ ପିଛା ୪,୧୧୧ ଟଙ୍କା ହ୍ରାସ ପାଇ ୧,୯୫,୪୮୮ ଟଙ୍କାରେ ପହଞ୍ଚିଥିଲା।
ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ୧.୩୨ ପ୍ରତିଶତ ହ୍ରାସ ପାଇ ଔନ୍ସ ପିଛା ୪,୦୦୬ ଡଲାରରେ ପହଞ୍ଚିଥିଲା। ସେହିପରି ରୁପା ଦରରେ ୧.୮୯ ପ୍ରତିଶତ ହ୍ରାସ ରେକର୍ଡ ହୋଇଥିଲା।ଜାନୁଆରୀ ୨୦୨୬ରେ ରୁପା କିଲୋଗ୍ରାମ ପିଛା ୪.୨୦ ଲକ୍ଷ ଟଙ୍କାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। କିନ୍ତୁ ଏବେ ଏହାର ଦର ୧.୯୨ ଲକ୍ଷ ଟଙ୍କା ପାଖାପାଖିକୁ ଖସିଆସିଛି।