ଦୀପାବଳି ପରେ ଉତ୍ତରପ୍ରଦେଶର ନବକଳେବର: ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ପାଇଁ ରୋଡ ମ୍ୟାପ୍
ନଭେମ୍ବର ଶେଷ ସୁଦ୍ଧା ପ୍ରସ୍ତାବିତ ଗ୍ରାଉଣ୍ଡ ବ୍ରେକିଂ ସେରିମୋନି (GBC) ୫.୦ରେ ୭.୫୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସମ୍ବଳିତ ୬,୯୭୨ଟି ପ୍ରକଳ୍ପ ସାମିଲ ହେବ।
ଲକ୍ଷ୍ନୌ:ଦୀପାବଳିପରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରସ୍ତୁତି। ଡାଟା ସେଣ୍ଟରକୁ ମିଳିବ ସ୍ୱତନ୍ତ୍ର ପ୍ରୋତ୍ସାହନ, ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।ଉତ୍ତରପ୍ରଦେଶରେ ବଡ଼ ଧରଣର ନିବେଶ ରାଜ୍ୟରେ ରୋଜଗାର ଓ ବିକାଶର ନୂଆ ଆଶା ସୃଷ୍ଟି କରିଛି। ଦୀପାବଳି ପରେ ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଭୂମିସ୍ତରରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚାଲିଛି। ଏହାଦ୍ୱାରା ଶିଳ୍ପ କ୍ଷେତ୍ରକୁ ଗତି ମିଳିବା ସହ ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ।
ନଭେମ୍ବର ଶେଷ ସୁଦ୍ଧା ପ୍ରସ୍ତାବିତ ଗ୍ରାଉଣ୍ଡ ବ୍ରେକିଂ ସେରିମୋନି (GBC) ୫.୦ରେ ୭.୫୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସମ୍ବଳିତ ୬,୯୭୨ଟି ପ୍ରକଳ୍ପ ସାମିଲ ହେବ। ଏହି ନିବେଶର ସବୁଠାରୁ ବଡ଼ ଅଂଶ ସେବା କ୍ଷେତ୍ରରେ ରହିଛି। ଡାଟା ସେଣ୍ଟରଠାରୁ ଆରମ୍ଭ କରି ପର୍ଯ୍ୟଟନ, ଶିକ୍ଷା ଓ ଆର୍ଥିକ ସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ଜରିଆରେ ଉତ୍ତରପ୍ରଦେଶର ଅର୍ଥନୀତିକୁ ନୂଆ ଦିଗ ଦେବାକୁ ଯୋଜନା କରାଯା
ଉଛି।