thelifelinemedia
Latest Odisha News, Breaking News Today

ସାଳନ୍ଦୀ ଜଳସେଚନରେ ମହା ଘୋଟାଲା: ରାଜକୋଷରୁ କୋଟି କୋଟି ଲୁଟ୍: ପଦାରେ ପଡ଼ିଲା ସରକାରୀ ବାବୁଙ୍କ କେଳେଙ୍କାରୀ 

ବହୁ ମାତ୍ରାରେ ମିଥ୍ୟା ବିଲ ବି କରନ୍ତି ଏହି ସହକାରୀ ବାବୁ ହିତେଶ ସାହୁ। ଚଳିତବର୍ଷ କୃତିମ ବନ୍ୟା କରି ସାଳନ୍ଦୀ ନଦୀରେ ବହୁ ମାତ୍ରାରେ ଘାଇ ସୃଷ୍ଟି କରିଛନ୍ତି । ତାଙ୍କ ସହିତ ସାମିଲ ଅଛନ୍ତି ଜେଇ ରମେଶ ନାୟକ ଓ ଜେଇ ସ୍ୱାଧୀନ ସେଠି

ଭଦ୍ରକ: ସାଳନ୍ଦୀ ଜଳସେଚନ ବିଭାଗରେ ନିଜ ଭାଇଙ୍କ ନାଁରେ କୋଟି କୋଟି ଟଙ୍କାର କାମ ବାଣ୍ଟିବା ଓ ଟେଣ୍ଟରକୁ ମଧ୍ୟ ନିଜ ଭାଇ ସପକ୍ଷରେ କରିବା ଏବଂ ସ୍ପିଲଟ ଅପ କାମ ବାଣ୍ଟିବା ସରକାରୀ ଦଳ ଲୋକଙ୍କୁ ଯାହା ନିୟମ ବିରୋଧରେ ଯାଉଛି । ନିଜ ଘର ସାଳନ୍ଦୀ ଡିଭିଜନ ଅଫିସ ଠାରୁ 5 କିମି ହୋଇଥିବା ବେଳେ ତାଙ୍କୁ ଅନ୍ୟତ୍ର ବଦଳ କରାଯାଉନାହିଁ । ସ୍ଥାନୀୟ ବିଧାୟକଙ୍କ ଚାତ୍ରଛାୟା ତଳେ ଅଛନ୍ତି ଏହି ସରକାରୀ ବାବୁ । କହୁଛନ୍ତି ମୋର କେହି କିଛି କରିପାରିବେ ନାହିଁ । ମୋ ସାଙ୍ଗରେ ଅଛନ୍ତି ବିଧାୟକ । ବହୁ ମାତ୍ରାରେ ମିଥ୍ୟା ବିଲ ବି କରନ୍ତି ଏହି ସହକାରୀ ବାବୁ ହିତେଶ ସାହୁ। ଚଳିତବର୍ଷ କୃତିମ ବନ୍ୟା କରି ସାଳନ୍ଦୀ ନଦୀରେ ବହୁ ମାତ୍ରାରେ ଘାଇ ସୃଷ୍ଟି କରିଛନ୍ତି । ତାଙ୍କ ସହିତ ସାମିଲ ଅଛନ୍ତି ଜେଇ ରମେଶ ନାୟକ ଓ ଜେଇ ସ୍ୱାଧୀନ ସେଠି । ମିଳିତ ଭାବେ ସରକାରୀ ରାଜକୋଷରୁ ଲୁଟ କରୁଛନ୍ତି ଏହି ବାବୁମାନେ ।

ସବୁଠୁ ଦୁଃଖ ଏବଂ ପରିତାପର ବିଷୟ ହେଉଛି କି ତାଙ୍କ ନିଜ ଭାଇ ସନ୍ତୋଷ ସାହୁଙ୍କୁ ନିଜ ଡିଭିଜନରେ କାମ ଦେଇଛନ୍ତି । ଯାହାକୁ ନେଇ ସାଧାରଣନରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ଘଟଣାରେ ଉଚିତ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି  ଭଦ୍ରକ ବାସୀ।

Leave A Reply

Your email address will not be published.