thelifelinemedia
Latest Odisha News, Breaking News Today

ପିଲାଙ୍କୁ ହାତରୁ ଇଣ୍ଟରନେଟ୍ ଛଡ଼ାଇ ପାରିବେନି: ସୁପ୍ରୀମକୋର୍ଟଙ୍କ ରାୟ ପରେ ଚିନ୍ତାରେ ଅଭିଭାବକ 

କୋର୍ଟ କହିଛନ୍ତି ଯେ ଇଣ୍ଟରନେଟ୍‌ରେ ଖରାପ ବିଷୟବସ୍ତୁ କିମ୍ବା ଶିଶୁ ଯୌନ ନିର୍ଯାତନା ଭଳି ଅପରାଧିକ ସାମଗ୍ରୀ (CSEAM) ରହୁଥିବାରୁ ପିଲାଙ୍କୁ ଇଣ୍ଟରନେଟ୍‌ରୁ ଦୂରେଇ ରଖିବା ଭୁଲ୍

ନୂଆଦିଲ୍ଲୀ:ପିଲାଙ୍କୁ ଇଣ୍ଟରନେଟ୍ ବ୍ୟବହାରଠୁ ରୋକି ପାରିବେନି। ପିଲାଙ୍କୁ ହାତରୁ ଇଣ୍ଟରନେଟ୍ ଛଡ଼ାଇ ପାରିବେନି। ବୟସ କମ୍ ବୋଲି ମନା କରିପାରିବେନି। ସୁପ୍ରିମକୋର୍ଟ ପକ୍ଷରୁ ଏମିତି କିଛି ଟିପ୍ପଣୀ ଆସିବା ପରେ ଚିନ୍ତାରେ ଅଭିଭାବକ।ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇ କହିଛନ୍ତି ଯେ ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କର ଏକ ମୌଳିକ ଅଧିକାର (Fundamental Right)। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କେବଳ ସୁରକ୍ଷା ବା ଖରାପ ଜିନିଷର ଆଳ ଦେଖାଇ ପିଲାଙ୍କଠାରୁ ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ଭାବେ ଛଡ଼େଇ ନିଆଯାଇପାରିବ ନାହିଁ (Blanket Ban କରାଯାଇପାରିବ ନାହିଁ)।ଜଷ୍ଟିସ୍ ଜେ. ବି. ପାର୍ଦ୍ଦିୱାଲା ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି, ଯାହା ପ୍ରତ୍ୟେକ ଅଭିଭାବକ ଜାଣିବା ଜରୁରୀ

କୋର୍ଟ କହିଛନ୍ତି ଯେ ଇଣ୍ଟରନେଟ୍‌ରେ ଖରାପ ବିଷୟବସ୍ତୁ କିମ୍ବା ଶିଶୁ ଯୌନ ନିର୍ଯାତନା ଭଳି ଅପରାଧିକ ସାମଗ୍ରୀ (CSEAM) ରହୁଥିବାରୁ ପିଲାଙ୍କୁ ଇଣ୍ଟରନେଟ୍‌ରୁ ଦୂରେଇ ରଖିବା ଭୁଲ୍। ଅପରାଧ ସେହିମାନେ କରୁଛନ୍ତି ଯେଉଁମାନେ ଏଭଳି ଜିନିଷ ତିଆରି କରୁଛନ୍ତି କିମ୍ବା ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଯେଉଁମାନେ ଏହାକୁ ରୋକିବାରେ ବିଫଳ ହେଉଛନ୍ତି। ଏଥିପାଇଁ ପିଲାଙ୍କୁ ଦଣ୍ଡ ଦେବା ବା ଇଣ୍ଟରନେଟ୍ ବନ୍ଦ କରିବା ଅର୍ଥ “ସମସ୍ୟା ବଦଳରେ ଶିକାର ହୋଇଥିବା ବ୍ୟକ୍ତିକୁ ଦୋଷୀ କରିବା।

Leave A Reply

Your email address will not be published.