thelifelinemedia
Latest Odisha News, Breaking News Today

ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଘଟଣା:ଫ୍ୟାକ୍ଟ ଫାଇଡିଂ କମିଟି ଗଠନ ହେବ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତାରେ ଚୋରବାଗନ୍ ପୂଜାମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଆହତ ହୋଇଛନ୍ତି।ଉତ୍ତର କୋଲକାତାର ଗିରିଶ ପାର୍କ ଅଞ୍ଚଳରେ ଥିବା ପ୍ରସିଦ୍ଧ ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ମଣ୍ଡପରେ ବର୍ଷା ଯୋଗୁଁ ହଠାତ୍ ପ୍ରବଳ ଭିଡ଼ ଜମିଥିଲା

କୋଲକାତା: କୋଲକାତା ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଏହି ଘଟଣାରେ ଯିଏ ଦାୟୀ ତା ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଘଟଣାକୁ ନେଇ ଫ୍ୟାକ୍ଟ ଫାଇଡିଂ କମିଟି ଗଠନ ହେବ। ଏନେଇ କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିବି ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।କମିଟିରେ STF ଓ ଫରେନସିକ୍ ଟିମ୍ ରହିବେ।

ସୂଚନାଯୋଗ୍ୟ, କୋଲକାତାରେ ଚୋରବାଗନ୍ ପୂଜାମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଆହତ ହୋଇଛନ୍ତି।ଉତ୍ତର କୋଲକାତାର ଗିରିଶ ପାର୍କ ଅଞ୍ଚଳରେ ଥିବା ପ୍ରସିଦ୍ଧ ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ମଣ୍ଡପରେ ବର୍ଷା ଯୋଗୁଁ ହଠାତ୍ ପ୍ରବଳ ଭିଡ଼ ଜମିଥିଲା। ଅତ୍ୟଧିକ ଜନଗହଳି ଓ ଚାପ ଯୋଗୁଁ ପୂଜା ମଣ୍ଡପର ପ୍ରସ୍ଥାନ ଗେଟ୍ (Exit Gate) ଭାଙ୍ଗି ପଡ଼ିଥିଲା, ଯାହାଫଳରେ ସେଠାରେ ଦଳାଚକଟା ଓ ଆତଙ୍କରାଜ ପରିସ୍ଥିତି ସୃଷ୍ଟି ହୋଇଥିଲା।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପିଏମଆରଏଫ (PMNRF) ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

Leave A Reply

Your email address will not be published.