thelifelinemedia
Latest Odisha News, Breaking News Today

ଆର୍‌ଜି କର ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍‌

ଘୋଷଙ୍କୁ ଜାମିନ୍‌ ମିଳିବା ପରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତରଙ୍କ ବାପା ସିବିଆଇ ଉପରେ ବର୍ଷିଛନ୍ତି। ସିବିଆଇ ନିଜର କାର୍ଯ୍ୟ ପାଇଁ ଦାୟୀ ରହିବା ଉଚିତ ବୋଲି ସେ କହିଛନ୍ତି

ନୂଆଦିଲ୍ଲୀ: ଆର୍ଥିକ ଅନିୟମିତତା ମାମଲାରେ ତାଙ୍କର ଦୀର୍ଘ ସମୟ ଜେଲଦଣ୍ଡ ଓ ବିଚାରର ମନ୍ଥର ଗତିକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଜଷ୍ଟିସ ଏମ୍‌ଏମ୍‌ ସୁନ୍ଦରେଶ୍‌ ଓ ପିବି ଭାରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଘୋଷଙ୍କ ଜାମିନ ଆବେଦନକୁ ଖାରଜ କରିବା ପାଇଁ କୋଲକାତା ହାଇକୋର୍ଟଙ୍କ ୨୩ ଫେବ୍ରୁଆରି, ୨୦୨୬ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଉଲ୍ଲେଖ କରିଛନ୍ତି ଯେ, ଘୋଷ ଦୁଇ ବର୍ଷରୁ ଅଧିକ ସମୟ ହାଜତରେ ରହିଥିଲେ ମଧ୍ୟ ୧୪୭ ଜଣ ସାକ୍ଷୀଙ୍କ ମଧ୍ୟରୁ କେବଳ ୭ ଜଣଙ୍କୁ ଜେରା କରାଯାଇଛି। ଟ୍ରାଏଲ କୋର୍ଟଙ୍କ ଦ୍ବାରା ଲାଗୁ ହୋଇଥିବା ସର୍ତ୍ତରେ ଘୋଷ ଜାମିନ୍‌ରେ ମୁକୁଳିବେ। ସିବିଆଇ ଆର୍‌ଜି ମେଡିକାଲ କଲେଜରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଛି ଓ ଅଗଷ୍ଟ ୨୪, ୨୦୨୪ର ଅଭିଯୋଗଫର୍ଦ୍ଦରେ ଘୋଷଙ୍କ ନାମ ଉଲ୍ଲେଖ କରିଥିଲା।

 

ଘୋଷଙ୍କୁ ଜାମିନ୍‌ ମିଳିବା ପରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତରଙ୍କ ବାପା ସିବିଆଇ ଉପରେ ବର୍ଷିଛନ୍ତି। ସିବିଆଇ ନିଜର କାର୍ଯ୍ୟ ପାଇଁ ଦାୟୀ ରହିବା ଉଚିତ ବୋଲି ସେ କହିଛନ୍ତି। ଆରଜି କର ନ୍ୟାୟ ଆନ୍ଦୋଳନ ସହିତ ଜଡିତ ଡାକ୍ତରମାନେ ମଧ୍ୟ ସିବିଆଇକୁ ସମାଲୋଚନା କରିଛନ୍ତି। ମାମଲାର ବିଳମ୍ବ ପାଇଁ ଡକ୍ଟର ଉତ୍ପଳ ବନ୍ଦୋପାଧ୍ୟାୟ ସିବିଆଇଠାରୁ ସର୍ବସାଧାରଣରେ ସ୍ପଷ୍ଟୀକରଣ ଦାବି କରିଛନ୍ତି।

Leave A Reply

Your email address will not be published.