thelifelinemedia
Latest Odisha News, Breaking News Today

ଗରମରୁ ମିଳିଲା ଆଶ୍ୱସ୍ତି, ବର୍ଷାରେ ଭିଜୁଛି ସାରା ଓଡ଼ିଶା, ତୁହାକୁ ତୁହା ବର୍ଷାରେ ଭିଜିଛି ଟ୍ବିନ ସିଟି

ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରାକ୍-ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ଅଛି

ଭୁବନେଶ୍ୱର:ସକାଳୁ ସକାଳୁ ତୁହାକୁ ତୁହା ବର୍ଷାରେ ଭିଜିଛି ଟ୍ବିନ ସିଟି। ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ବର୍ଷା ସହ ପବନ ବହିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ପ୍ରଚଣ୍ଡ ଗରମ ମଧ୍ୟରେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି ଓଡ଼ିଶାବାସୀ।ଗରମ ଏବଂ ଗୁଳୁଗୁଳିରୁ ବଡ଼ ଆଶ୍ୱସ୍ତି ପାଇ ସକାଳୁ ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା। ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରାକ୍-ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ଅଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୨ ରୁ ୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ। ଏହା ବର୍ଷାର ପରିମାଣକୁ ବେଶ୍ ବଢ଼ାଇଦେବ।ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଏହି ଲଘୁଚାପ ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳ ଆଡ଼କୁ ମୁହାଁଇବ। ଏହା ପ୍ରଭାବରେ ଜୁଲାଇ ୧ ଏବଂ ୨ ତାରିଖରୁ ହିଁ ପାଗରେ ପରିବର୍ତ୍ତନ ଦେଖାଯିବ ଏବଂ ବର୍ଷାର ପ୍ରଭାବ ବୃଦ୍ଧି ପାଇବ।

Leave A Reply

Your email address will not be published.