thelifelinemedia
Latest Odisha News, Breaking News Today

ମାର୍କେଟ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨୦ରୁ ଅଧିକ ଦୋକାନ

ଅଗ୍ନିକାଣ୍ଡର ଖବର ପାଇ ସ୍ଥାନୀୟ ଲୋକେ ଓ ଦୋକାନୀମାନେ ତୁରନ୍ତ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଙ୍ଗରେ ଅଗ୍ନିକାଣ୍ଡ ଘଟିଛି।ଭୋର୍ ୫ଟାରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ମାର୍କେଟ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ରହିଛି। ସର୍ଟ ସର୍କିଟ ପାଇ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ରାଜଧାନୀ ଏକ କପଡ଼ା ଦୋକାନରେ ହଠାତ୍ ନିଆଁ ଲାଗିବା ପରେ ଦେଖୁ ଦେଖୁ ନିଆଁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଏଥିରେ ଜଳିଯାଇଛି ୨୦ରୁ ଅଧିକ ଦୋକାନ। ଘଟଣାସ୍ଥଳରୁ କଳା ଧୂଆଁ ଆକାଶକୁ ଉଠୁଥିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଗ୍ନିକାଣ୍ଡର ଖବର ପାଇ ସ୍ଥାନୀୟ ଲୋକେ ଓ ଦୋକାନୀମାନେ ତୁରନ୍ତ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।

 

ନିଆଁ ବ୍ୟାପି ନ ପାରିବା ପାଇଁ ଆଖପାଖ ଦୋକାନଗୁଡ଼ିକରେ ମଧ୍ୟ ସତର୍କତାମୂଳକ ବ୍ୟବସ୍ଥା ନିଆଯାଇଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ମାର୍କେଟ୍ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ କପଡ଼ା ଦୋକାନରେ ହଠାତ୍ ନିଆଁ ଲାଗିବା ପରେ ଦେଖୁ ଦେଖୁ ନିଆଁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।

Leave A Reply

Your email address will not be published.