ଫିଫା ବିଶ୍ବକପ:ଏମ୍ବାପେଙ୍କ ଯୁଗଳରେ ଫ୍ରାନ୍ସ ପ୍ରିକ୍ବାର୍ଟରରେ
ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ଯୁଗଳ ଗୋଲ୍ ଫ୍ରାନ୍ସକୁ ଚଳିତ ଫିଫା ବିଶ୍ବକପ୍ର ପ୍ରିକ୍ବାର୍ଟରଫାଇନାଲ୍ରେ ପହଞ୍ଚାଇଛି
ବ୍ୟୁରୋ: ରୋଚକ ହେଉଛି ଫିଫା ବିଶ୍ବକପ। ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ଯୁଗଳ ଗୋଲ୍ ଫ୍ରାନ୍ସକୁ ଚଳିତ ଫିଫା ବିଶ୍ବକପ୍ର ପ୍ରିକ୍ବାର୍ଟରଫାଇନାଲ୍ରେ ପହଞ୍ଚାଇଛି। ବୁଧବାର ନ୍ୟୁଜର୍ସି ପଡ଼ିଆରେ ଦୁଇ ୟୁରୋପୀୟ ଦେଶ ମଧ୍ୟରେ ଖେଳାଯାଇଥିବା ରାଉଣ୍ଡ-୩୨ ମୁକାବିଲାରେ ଗତ ସଂସ୍କରଣ ଉପବିଜେତା ଫ୍ରାନ୍ସ ୩-୦ ଗୋଲ୍ରେ ସ୍ବିଡେନ୍କୁ ମାତ୍ ଦେଇଛି।
ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ଯୁଗଳ ଗୋଲ୍ ଫ୍ରାନ୍ସକୁ ଚଳିତ ଫିଫା ବିଶ୍ବକପ୍ର ପ୍ରିକ୍ବାର୍ଟରଫାଇନାଲ୍ରେ ପହଞ୍ଚାଇଛି। ବୁଧବାର ନ୍ୟୁଜର୍ସି ପଡ଼ିଆରେ ଦୁଇ ୟୁରୋପୀୟ ଦେଶ ମଧ୍ୟରେ ଖେଳାଯାଇଥିବା ରାଉଣ୍ଡ-୩୨ ମୁକାବିଲାରେ ଗତ ସଂସ୍କରଣ ଉପବିଜେତା ଫ୍ରାନ୍ସ ୩-୦ ଗୋଲ୍ରେ ସ୍ବିଡେନ୍କୁ ମାତ୍ ଦେଇଛି। ୫ ତାରିଖ କ୍ବାର୍ଟରଫାଇନାଲ୍ରେ ଏହି ଦଳ ଦକ୍ଷିଣ ଆମେରିକୀୟ ଦଳ ପାରାଗୁଏକୁ ଭେଟିବ।ଓଲିଜ୍ଙ୍କ ପାସ୍ରେ ଏମ୍ବାପେ ଏହି ଗୋଲ୍ କରି ବିଶ୍ବକପ୍ରେ ନିଜ ଗୋଲ୍ ସଂଖ୍ୟା ୧୮ରେ ପହଞ୍ଚାଇଥିଲେ। ଏଥିସହ ସେ ଚଳିତ ବିଶ୍ବକପ୍ରେ ୬ ଗୋଲ୍ କରି ଆର୍ଜେଣ୍ଟିନା ତାରକା ଲିଓନେଲ୍ ମେସିଙ୍କ ସହ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ଯୁଗ୍ମ ଭାବେ ଶୀର୍ଷରେ ରହିଛନ୍ତି। ଏମ୍ବାପେ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।