କାଳ ହେଲା ଆୟବହିର୍ଭୂତ ସଂପତ୍ତି ଠୁଳ କରିବା: ଭିମସାର୍ର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ପଶିଲା ଭିଜିଲାନ୍ସ, ବଢିଲା ଅଡୁଆ
ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ନିମ୍ନଲିଖିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ
ସମ୍ବଲପୁର:ଭିମସାର୍ର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୁର୍ଲା ଭିମସାର୍ର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ପଶିଲା ଭିଜିଲାନ୍ସ। ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ନିମ୍ନଲିଖିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି।
ମେଡିକାଲ ଷ୍ଟାଫ୍ କଲୋନି, ଭିମସାର୍, ବୁର୍ଲା, ସମ୍ବଲପୁରରେ ଆବାସିକ ସରକାରୀ କ୍ୱାର୍ଟରରେ ରେଡ୍ ହୋଇଛି। ସେହିପରି ସୌରଭ ବିହାର, ବୁର୍ଲା ସମ୍ବଲପୁରରେ ଗୋଟିଏ (ନିର୍ମାଣାଧୀନ) ଚାରି ମହଲା କୋଠା ଠାବ ହୋଇଛି। ପଠାଣବନ୍ଧ, ବୁର୍ଲାରେ ଗୋଟିଏ କୋଠା, ବରଗଡ଼ ଜିଲ୍ଲା ଗୋବିନ୍ଦପାଲିରେ ଗୋଟିଏ କୋଠା, ବୁର୍ଲାରେ ଅଶ୍ୱିନୀ ମେହେରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି। ଆଗକୁ ଅଶ୍ୱିନୀ ମେହେରଙ୍କ ପାଇଁ ଅଡୁଆ ବଢିପାରେ ବୋଲି କୁହାଯାଉଛି। ଦରକାର ପଡ଼ିଲେ ସମ୍ପତ୍ତିର ହିସାବ ନ ଦେଇ ପାରିଲେ ତାଙ୍କୁ ମଧ୍ଯ ଗିରଫ କରାଯିବ ଆଶଙ୍କା ରହିଛି।ଆୟବହିର୍ଭୂତ ସଂପତ୍ତି ଠୁଳ କରିବା ଭଳି ଅଭିଯୋଗ ପୂର୍ବରୁ ତାଙ୍କ ନାଁରେ ଥିଲା। ଭିଜିଲାନ୍ସ ସ୍କାନରରେ ସେ ଥିଲେ। ଏବେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ କରୁଛି।