thelifelinemedia
Latest Odisha News, Breaking News Today

ପେଟ୍ରୋଲ୍‌, ଡିଜେଲ୍‌ ବିକ୍ରି ଉପରୁ କଟକଣା ହଟିଲା:ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନଜରରେ ରଖି ଚଳିତ ମାସରେ ପେଟ୍ରୋଲ୍‌ ଓ ଡିଜେଲ୍‌ ବିକ୍ରିରେ ଲଗାଯାଇଥିବା କଟକଣାକୁ ସରକାର ପ୍ରତ୍ୟାହାର କରିଛନ୍ତି

ପରିବହନ ଅପରେଟର, ବ୍ୟବସାୟ ପ୍ରତିଷ୍ଠାନ ଓ ବାଣିଜ୍ୟିକ ବ୍ୟବହାରକାରୀମାନେ ଉପକୃତ ହେବା ଆଶା କରାଯାଉଛି

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନଜରରେ ରଖି ଚଳିତ ମାସରେ ପେଟ୍ରୋଲ୍‌ ଓ ଡିଜେଲ୍‌ ବିକ୍ରିରେ ଲଗାଯାଇଥିବା କଟକଣାକୁ ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତା ଜୁଲାଇ ୧ରୁ କଟକଣା ହଟିଯିବ। ‌ବାଣିଜ୍ୟିକ ଗ୍ରାହକମାନଙ୍କୁ ପେଟ୍ରୋଲ୍‌ ପମ୍ପରୁ ପେଟ୍ରୋଲ୍‌ ଓ ଡିଜେଲ୍‌ କିଣିବାକୁ ବାରଣ କରାଯାଇଥିଲା। ତେବେ ଇରାନ ଓ ଆମେରିକା ମଧ୍ୟରେ ଅନ୍ତରୀଣ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବା ଓ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ହେଉଥିବାରୁ ସରକାର କଠୋର କଟକଣାଗୁଡ଼ିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ପହିଲାରୁ ଦେଶରେ ଯୁଦ୍ଧ ପୂର୍ବ ସମୟର ବ୍ୟବସ୍ଥା ଅନୁସାରେ ବିନା କୌଣସି କଟକଣାରେ ତେଲ ବିକ୍ରି ହେବ।

ଏହା ଦ୍ବାରା ପରିବହନ ଅପରେଟର, ବ୍ୟବସାୟ ପ୍ରତିଷ୍ଠାନ ଓ ବାଣିଜ୍ୟିକ ବ୍ୟବହାରକାରୀମାନେ ଉପକୃତ ହେବା ଆଶା କରାଯାଉଛି। ଏହାଦ୍ବାରା ଶିଳ୍ପ ପ୍ରତିଷ୍ଠାନ, ଭୋଜନାଳୟ, ହୋଟେଲ୍‌, ରେସ୍ତୋରାଁଗୁଡ଼ିକ ପ୍ରଭାବିତ ହୋଇଥିଲେ। ସେମାନେ ଡିଜେଲ ଓ କୋଇଲା ଭଳି ପ୍ରଦୂଷଣକାରୀ ଇନ୍ଧନ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ। ତେବେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ପାଇପ୍‌ଡ ନାଚୁରାଲ୍‌ ଗ୍ୟାସ୍‌ (ପିଏନ୍‌ଜି) ବ୍ୟବହାର ବଢ଼ାଇବାକୁ ସରକାର ଚାହୁଛନ୍ତି।

Leave A Reply

Your email address will not be published.