ଖାନ୍ ସାରଙ୍କୁ ସାମାନ୍ୟ ଆଶ୍ୱସ୍ତି:ଖାନ୍ ସାରଙ୍କ ଗିରଫଦାରୀ ସ୍ଥଗିତ; ମିଳିଲା ସାମୂହିକ ଆଶ୍ୱସ୍ତି, ଜୁନ୍ ୩୦ରେ ପରବର୍ତ୍ତୀ ଶୁଣାଣି
ଖାନ୍ ସାରଙ୍କ ଆଗୁଆ ଜାମିନ ଦିଆଯାଇନାହିଁ କିନ୍ତୁ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲାଗିଛି । ଗତ ଜୁନ ୨ ତାରିଖରେ ପାଟନାରେ ଥିବା ଖାନ ସାରଙ୍କ କୋଚିଂ ସେଣ୍ଟ, ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ ଉପରେ କିଛି ଲୋକ ଆକ୍ରମଣ କରିଥିଲେ
ନୂଆଦିଲ୍ଲୀ:ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ ମାମଲାରେ ଖାନ ସାରଙ୍କ ଗିରଫଦାରୀ ସ୍ଥଗିତ ରହିଛି । ପାଟନା କୋର୍ଟ ଖାନ ସାରଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି । ଫୈଜଲ ଖାନ ଓରଫ ଖାନ ସାରଙ୍କ ଆଗୁଆ ଜାମିନ ଆବେଦନ ଉପରେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ପୁଲିସକୁ କେସ୍ ଡାଏରୀ ମାଗିଛନ୍ତି କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୩୦ ତାରିଖରେ ହେବ । ଜିଲ୍ଲୀ ଜଜ୍ କୋର୍ଟ ଖାନ ସାରଙ୍କ ଆଗୁଣା ଜାମିନ ଆବେଦନର ଶୁଣାଣି କରିବା ପରେ ନିଷ୍ପତ୍ତି ସଂରକ୍ଷଣ ରଖିଛନ୍ତି ।
ସେପଟେ ପୁଲିସକୁ କେସ୍ ଡାଏରୀ ମାଗିଛନ୍ତି କୋର୍ଟ । ସାଧାରଣତଃ, ଯେତେବେଳେ କୌଣସି କୋର୍ଟରେ ଜାମିନ ଆବେଦନ ଦାଖଲ କରାଯାଏ, ପୁଲିସଠାରୁ ଅଭିଯୁକ୍ତଙ୍କ କେସ୍ ଡାଏରୀ ଏବଂ ଅପରାଧିକ ଇତିହାସ ମଗାଯାଇଥାଏ । ଖାନ୍ ସାରଙ୍କ ଆଗୁଆ ଜାମିନ ଦିଆଯାଇନାହିଁ କିନ୍ତୁ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲାଗିଛି । ଗତ ଜୁନ ୨ ତାରିଖରେ ପାଟନାରେ ଥିବା ଖାନ ସାରଙ୍କ କୋଚିଂ ସେଣ୍ଟ, ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ ଉପରେ କିଛି ଲୋକ ଆକ୍ରମଣ କରିଥିଲ ।ଏହି ସମୟରେ ଖାନ ସାରଙ୍କ ଦୁଇ ଦଣ ଗାର୍ଡ ଗୁଳି ଚଳାଇଥିବାର ଭିଡିଓ ସାମ୍ନାସୁ ଆସିଥିଲା । ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଥିଲା।