ନିରାଶ କଲେ ବସ୍ ବେବି ବୈଭବ ସୂର୍ଯ୍ୟବଂଶୀ:ଶ୍ରୀଲଙ୍କାରେ ବୈଭବଙ୍କୁ କ୍ରିଜ୍ରୁ ବାହାରକୁ ପଠାଇଲେ ମହମ୍ମଦ ସିରାଜ
ଭାରତ ପାଇଁ ବିସ୍ଫୋରକ ବ୍ୟାଟର ପ୍ରଭସିମରନ ସିଂହ ଏବଂ ବୈଭବ ସୂର୍ଯ୍ୟବଂଶୀ ଇନିଂସ ଆରମ୍ଭ କରିଥିଲେ। ତେବେ ଦଳକୁ ମାତ୍ର ୧୬ ରନ୍ରେ ପ୍ରଥମ ଝଟକା ଲାଗିଥିଲା। ଶ୍ରୀଲଙ୍କାର ଶିକାର ହୋଇଥିଲେ ବୈଭବ ସୂର୍ଯ୍ୟବଂଶୀ
ବ୍ୟୁରୋ:ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୬ ପରେ ପ୍ରଥମ ଥର ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିଛି। ଭାରତ ଏ, ଶ୍ରୀଲଙ୍କା ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଇ-ସିରିଜରେ ଭାରତୀୟ ଯୁବ ବ୍ୟାଟର ଖେଳିଛନ୍ତି। ଶ୍ରୀଲଙ୍କାରେ ଆଜିଠାରୁ ଆରମ୍ଭ ହେଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଇପିଏଲ୍ର ଷ୍ଟାର କ୍ରିକେଟ୍ର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ପ୍ରଶଂସକଙ୍କୁ ଉତ୍ସାହିତ କରିପାରି ନାହାନ୍ତି। ପ୍ରଶଂସକ ଯାହା ଚାହୁଁଥିଲେ ତାହା ଦେଖିପାରି ନାହାନ୍ତି।
ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପାଇଁ ବିସ୍ଫୋରକ ବ୍ୟାଟର ପ୍ରଭସିମରନ ସିଂହ ଏବଂ ବୈଭବ ସୂର୍ଯ୍ୟବଂଶୀ ଇନିଂସ ଆରମ୍ଭ କରିଥିଲେ। ତେବେ ଦଳକୁ ମାତ୍ର ୧୬ ରନ୍ରେ ପ୍ରଥମ ଝଟକା ଲାଗିଥିଲା। ଶ୍ରୀଲଙ୍କାର ଶିକାର ହୋଇଥିଲେ ବୈଭବ ସୂର୍ଯ୍ୟବଂଶୀ। ସେ ଭଲ ଆରମ୍ଭ କରିଥିଲେ ସୁଦ୍ଧା ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍ରେ ତିଷ୍ଠି ପାରି ନଥିଲେ। ୧୨ଟି ବଲ୍ ଖେଳି ୩ଟି ଚୌକା ବଳରେ ୧୪ ରନ୍ ସଂଗ୍ରହ କରିଥିଲେ। ମହମ୍ମଦ ସିରାଜଙ୍କ ବଲ୍ ସଚିନ ଆର୍ଚ୍ଚିଙ୍ଗେଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଆଇପିଏଲ୍ରେ ଏକାଧିକ ରେକର୍ଡ ଧରାଶାୟୀ କରିଥିବା ବିସ୍ମୟ ବାଳକ ବୈଭବଙ୍କୁ ନେଇ କ୍ରିକେଟର, କ୍ରିକେଟ୍ ପ୍ରଶଂସକ ଏବଂ ଯୁବପିଢ଼ିଙ୍କ ନଜର ସ୍ବତନ୍ତ୍ର ରହିଛି। ତେଣୁ ସେ ଆଗାମୀ ଦିନରେ ଟିମ୍ ଇଣ୍ଡିଆର ଭବିଷ୍ୟତ ବୋଲି ଚର୍ଚ୍ଚା ହେଉଛି।