thelifelinemedia
Latest Odisha News, Breaking News Today

ମନି ଲଣ୍ଡରିଂ ମାମଲାରେ ପିନାରାଇ ବିଜୟନଙ୍କ ଝିଅ ବୀଣାଙ୍କୁ ଇଡି ସମନ: ଶୁକ୍ରବାର ହେବେ ହାଜର

ବୀଣା ଏବଂ କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (ସିଏମଆର୍‌ଏଲ୍‌) ସହିତ ଜଡିତ ଅଧିକାରୀମାନଙ୍କ ସମେତ ନଅ ଜଣଙ୍କୁ ସମନ ଜାରି କରାଯାଇଛି

ନୂଆଦିଲ୍ଲୀ: ଆର୍ଥିକ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ପିନାରାଇ ବିଜୟନଙ୍କ ଝିଅ ବୀଣା ବିଜୟନଙ୍କୁ ସମନ ଜାରି କରିଛି। ସୂତ୍ର ଅନୁସାରେ ମନି ଲଣ୍ଡରିଂ ମାମଲାରେ ଏଜେନ୍ସି ଶୁକ୍ରବାର ଦିନ ବୀଣା ବିଜୟନଙ୍କୁ ପଚରାଉଚରା ପାଇଁ ଏହାର କୋଚି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ସୂତ୍ର ଅନୁସାରେ, ବୀଣା ଏବଂ କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (ସିଏମଆର୍‌ଏଲ୍‌) ସହିତ ଜଡିତ ଅଧିକାରୀମାନଙ୍କ ସମେତ ନଅ ଜଣଙ୍କୁ ସମନ ଜାରି କରାଯାଇଛି।

ଏହି ମାମଲା ବୀଣାଙ୍କ ମାଲିକାନାରେ ଥିବା ଏକ୍ସାଲୋଜିକ୍, ଖଣିଜ କମ୍ପାନି କୋଚିନ୍ ମିନେରାଲ୍ସ ଏବଂ ରୁଟାଇଲ୍ ଲିମିଟେଡ୍ ଦ୍ୱାରା ନିଯୁକ୍ତ ଏକ ଆଇଟି ଫାର୍ମ ମଧ୍ୟରେ ହୋଇଥିବା କଥିତ ଠକେଇ କାରବାର ସହିତ ଜଡିତଥିବା ଅଭିଯୋଗ ହୋଇଛି। ବୀଣା ବିଜୟନ, ଏକ୍ସାଲୋଜିକ୍ ଏବଂ ଅନ୍ୟ ମାମଲା ସହିତ ଜଡିତ ହୋଇଥିବା ଅଭିଯୋଗ ଆଧାରରେ ଅନେକ ସ୍ଥାନରେ ଇଡି ପକ୍ଷରୁ ତଲାସି କରାଯିବାର କିଛି ଦିନ ପରେ ଏବେ ସବନ ଜାରି କରାଯାଇଛି।

Leave A Reply

Your email address will not be published.