thelifelinemedia
Latest Odisha News, Breaking News Today

ମନ୍ଦିରରୁ ଚୋରି: ଥାନାରେ ଏତଲା ପରେ ପୋଲିସର ଛାନଭିନ ଜାରି, ଅସ୍ତରଙ୍ଗରେ ଘଟିଛି ଘଟଣା

ଦୁର୍ବୃତ୍ତମାନେ ମନ୍ଦିର ତାଲା ଭାଙ୍ଗି ମାଆଙ୍କ ରୂପା ମୁକୁଟ, ମଥାର ସୁନାର ଚିତା ସହ ପାଞ୍ଚଟି ବଡ଼ ଘଣ୍ଟକୁ ଚୋରି କରି ନେଇଯାଇଛନ୍ତି

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଭେଡ଼ାବନ୍ଧ ଗ୍ରାମ ମାଆ ଅମ୍ବିକା ପୀଠ ମନ୍ଦିରରୁ ରୂପା ମୁକୁଟ ସୁନା ଚିତା ଚୋରି । ପୁଲିସ୍ ତଦନ୍ତ ଆରମ୍ଭ । ଭେଡ଼ାବନ୍ଧ ଗ୍ରାମରେ ଥିବା ପ୍ରସିଦ୍ଧ ଗ୍ରାମ ଦେବତୀ ମାଆ ଅମ୍ବିକା ଠାକୁରାଣୀ ମନ୍ଦିରରୁ ଗତକାଲି ରାତ୍ରିରେ ଚୋରମାନେ ଚୋରି କରିଛନ୍ତି । ବଡ଼ ଘଣ୍ଟକୁ ଚୋରି କରି ନେଇଯାଇଛନ୍ତି ଚୋର। ଦୁର୍ବୃତ୍ତମାନେ ମନ୍ଦିର ତାଲା ଭାଙ୍ଗି ମାଆଙ୍କ ରୂପା ମୁକୁଟ, ମଥାର ସୁନାର ଚିତା ସହ ପାଞ୍ଚଟି ବଡ଼ ଘଣ୍ଟକୁ ଚୋରି କରି ନେଇଯାଇଛନ୍ତି ।

ଗ୍ରାମବାସୀଙ୍କ ତରଫରୁ ପ୍ରାୟ ମନ୍ଦିରର ତିନି ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଛି ବୋଲି ଅଭିଯୋଗ ହେବାପରେ ଅସ୍ତରଙ୍ଗ ଗାଁରେ ଗ୍ରାମ ଦେବତୀ ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଅସ୍ତରଙ୍ଗ ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ ହୋଇଛି । ବିଭିନ୍ନ ଜାଗାରୁ ସଂଗୃହୀତ ସିସିଟିଭି ଫୁଟେଜ ଅନୁଧ୍ୟାନ କରୁଛି ପୋଲିସ୍। କୁହାଯାଉଛି ଚୋର ଆଖପାଖ ଅଞ୍ଚଳର ହୋଇଥାଇ ପାରେ।

Leave A Reply

Your email address will not be published.