ବରଗଡ଼ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ରାସ୍ତା ରୋକ କଲେ ପରିବାର ଲୋକେ, ଚାପା ଉତ୍ତେଜନା ଜାରି
ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଚିକିତ୍ସାରେ ତ୍ରୁଟି ହେବାରୁ ତାଙ୍କ ସ୍ଥିତିରେ ଅବନ୍ନତି ହୋଇ ଶେଷରେ ତାଙ୍କର ମୃତ୍ୟୁ ଘଟିଛି
ବରଗଡ଼: ବରଗଡ଼ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗକୁ ନେଇ ରାସ୍ତାରୋକ କରାଯାଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା କାରଣରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଛି। ସୂଚନା ଅନୁସାରେ, ମୃତ ମହିଳାଙ୍କ ଘର ଭଟଲି ବ୍ଲକ୍ ଅନ୍ତର୍ଗତ ହାତୀସର୍ ଗାଁରେ। ସେ ଗତ ମେ ୧୩ ତାରିଖରେ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ଆସିଥିଲେ।
ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଚିକିତ୍ସାରେ ତ୍ରୁଟି ହେବାରୁ ତାଙ୍କ ସ୍ଥିତିରେ ଅବନ୍ନତି ହୋଇ ଶେଷରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପରିବାର ଲୋକେ ଚିକିତ୍ସାଳୟ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଘଟଣାର ପ୍ରତିବାଦରେ ଆଜି ଗୋଶାଳା ଛକରେ ମୃତଦେହ ରଖି ଆନ୍ଦୋଳନ କରାଯାଇଛି। ଆନ୍ଦୋଳନକାରୀମାନେ ଦୋଷୀ ଡାକ୍ତର ଓ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।