thelifelinemedia
Latest Odisha News, Breaking News Today

୫ ବର୍ଷରେ ସାର୍ଥକ ପିଡିଏସ୍ ପାଇଁ ୨୫,୫୩୦ କୋଟି ଖର୍ଚ୍ଚ କରିବେ ସରକାର

ଭାରତ ସରକାରଙ୍କର ନାଗରିକମାନଙ୍କ ପ୍ରତି ଏକ ସାମାଜିକ ଏବଂ ଆଇନଗତ ପ୍ରତିବଦ୍ଧତା ରହିଛି। ନାଗରିକମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଗୁଣାତ୍ମକ ଖାଦ୍ୟଶସ୍ୟ ଉପଲବ୍ଧ କରାଇ ସେମାନଙ୍କୁ ସମ୍ମାନର ସହିତ ଜୀବନଯାପନ ସୁନିଶ୍ଚିତ କରିବା ଲାଗି ସରକାର ନିରନ୍ତର ପଦକ୍ଷେପ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ‘ରାସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା-ସାଧାରଣ ବଣ୍ଟନରେ ସ୍ୱୟଂକ୍ରିୟ ଆୟ’ (ସାର୍ଥକ-ପିଡିଏସ୍) ଯୋଜନାକୁ ଏକ ବ୍ୟାପକ ଯୋଜନା ଭାବେ ଜାରି ରଖିବା ଲାଗି ମଞ୍ଜୁରି ପ୍ରଦାନ କରିଛନ୍ତି। ଷୋଡ଼ଶ ଅର୍ଥ ଆୟୋଗଙ୍କ ଆବଣ୍ଟନ ଅବଧିରେ କେନ୍ଦ୍ର ସରକାରଙ୍କ ତରଫରୁ ୨୫,୫୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଦ୍ୱାରା ଆନ୍ତଃରାଜ୍ୟ ପରିବହନ ଓ ଖାଦ୍ୟ ଶସ୍ୟ ପରିଚାଳନା ଏବଂ ଏଫପିଏସ ଡିଲରମାନଙ୍କ ମାର୍ଜିନ୍ ଉପରେ ହେଉଥିବା ଖର୍ଚ୍ଚକୁ ପୂରଣ କରିବା ତଥା କେନ୍ଦ୍ରୀୟ ସହାୟତାର ବର୍ତ୍ତମାନର ପାଣ୍ଠି ଢାଞ୍ଚାକୁ ଜାରି ରଖିବା ଲାଗି ସିସିଇଏ ମଧ୍ୟ କେନ୍ଦ୍ରୀୟ ସହାୟତାର ମାନଦଣ୍ଡକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.