ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଝାଡ଼ାବାନ୍ତି ଆତଙ୍କ: ଝାଡ଼ାବାନ୍ତିରେ ୪ ମୃତ
ଗାଁର ସମସ୍ତ ଜଳ ଉତ୍ସକୁ ବିଶୋଧିତ କରାଯାଇଥିବାବେଳେ ଗାଁକୁ କେହି ଆସିବା ଓ ଗାଁରୁ କେହି ଅନ୍ୟତ୍ର ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି
ଝାରସୁଗୁଡ଼ା: ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଝାଡ଼ାବାନ୍ତି ବ୍ୟାପିବା ପରେ ଅଂଚଳରେ ଆତଙ୍କ ଖେଳି ଯାଇଛି।ଲଖନପୁର ବ୍ଲକର ଅତାବିରା ପଞ୍ଚାୟତର ସୁନାଖାଏନ ଗାଁରେ ଝାଡ଼ାବାନ୍ତିରେ ୨ ମୃତ। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକର ନୂଆଡିହିରେ ଶୁଦ୍ଧିକ୍ରିୟା ଭୋଜିରୁ ବିଷକ୍ରିୟା ସନ୍ଦେହ। ନୂଆଡିହି ଗାଁରେ ମଧ୍ଯ ୧୧ ଆକ୍ରାନ୍ତ ସୂଚନା। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ହେମଗିରି ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକର ନୂଆଡିହିର ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏପରି ମୋଟ୍ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ସୁନାଖାଏନ ଗାଁର ଦୁଇ ମୃତକ ହେଲେ ସୁକାନ୍ତି ଖଡିଆ ଏବଂ ଉଲ୍ଲାସ ଖଡିଆ।
ଘଟଣା ଘଟିବା ପରେ ଗାଁରେ ସ୍ୱାସ୍ଥ୍ୟ ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାଁର ସମସ୍ତ ଜଳ ଉତ୍ସକୁ ବିଶୋଧିତ କରାଯାଇଥିବାବେଳେ ଗାଁକୁ କେହି ଆସିବା ଓ ଗାଁରୁ କେହି ଅନ୍ୟତ୍ର ଯିବା ଉପରେ ପ୍ରତିବନ୍ଧକ ଲଗାଯିବା ସହ ସତର୍କତା ଜାରି କରା ଯାଇଛି।