ଫିଲିପାଇନ୍ସରୁ ଆସିଲା ଦୁଃଖଦ ଖବର:ଝଡ଼ ତୋଫାନରେ ଭୁଶୁଡ଼ିଲା ନିର୍ମାଣାଧୀନ ୯ ମହଲା କୋଠା, ଭଗ୍ନାବଶେଷ ତଳେ ପୋତି ହୋଇ ରହିଛନ୍ତି ବହୁ ଶ୍ରମିକ
କୋଠା ଭୁଶୁଡ଼ି ପଡ଼ିବା ସମୟରେ ବାହାରକୁ ପଳାଇ ଆସିବାରେ ସଫଳ ହୋଇଥିବା ଜଣେ ନିର୍ମାଣ ଶ୍ରମିକଙ୍କ ଅନୁସାରେ ଅତି କମରେ ୩୦ ଜଣ ଶ୍ରମିକ ଫସି ରହିଥିବା ଅନୁମାନ
ମାନିଲା: ଝଡ଼ ତୋଫାନରେ ଭୁଶୁଡ଼ିଲା ନିର୍ମାଣାଧୀନ ୯ ମହଲା କୋଠା, ଭଗ୍ନାବଶେଷ ତଳେ ପୋତି ହୋଇ ରହିଛନ୍ତି ବହୁ ଶ୍ରମିକ।ଫିଲିପାଇନ୍ସରୁ ଏକ ଦୁଃଖଦ ଖବର ଆସିଛି। ଏଠାରେ, ରାଜଧାନୀ ମାନିଲାର ଉତ୍ତରରେ ଅବସ୍ଥିତ ପାମ୍ପଙ୍ଗା ପ୍ରଦେଶର ଆଞ୍ଜେଲସ୍ ସହରରେ ନିର୍ମାଣାଧୀନ ଏକ ୯ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି। ଦୁର୍ଘଟଣା ସମୟରେ ଅନେକ ଶ୍ରମିକ କୋଠାରେ ଉପସ୍ଥିତ ଥିଲେ। ସେମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି। ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଯଦିଓ କିଛି ଶ୍ରମିକଙ୍କୁ ବାହାର କରାଯାଇଛି, କିନ୍ତୁ ବହୁ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି।
କେତେ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି ସେନେଇ କୌଣସି ସଠିକ୍ ସୂଚନା ମିଳିନାହିଁ। ଆଞ୍ଜେଲସ୍ ସିଟି ସୂଚନା କାର୍ଯ୍ୟାଳୟ ମୁଖ୍ୟ ଜୟ ପେଲାୟୋ କହିଛନ୍ତିେ କୋଠା ଭୁଶୁଡ଼ି ପଡ଼ିବା ସମୟରେ ବାହାରକୁ ପଳାଇ ଆସିବାରେ ସଫଳ ହୋଇଥିବା ଜଣେ ନିର୍ମାଣ ଶ୍ରମିକଙ୍କ ଅନୁସାରେ ଅତି କମରେ ୩୦ ଜଣ ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି।କିନ୍ତୁ ଅନେକ ଏବେ ବି ନିଖୋଜ ଅଛନ୍ତି। ପୁଲିସ ବ୍ରିଗେଡିୟର ଜେନେରାଲ ଜେସ୍ ମେଣ୍ଡେଜ୍ କହିଛନ୍ତି, ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗର ୧୦୦ ରୁ ଅଧିକ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି।