ପେଟ୍ରୋଲ୍ ଡିଜେଲ୍ ଖର୍ଚ୍ଚ କାଟ: ସରକାରୀ ନିର୍ଦ୍ଦେଶନାମା ଜାରି
ଅଧିକାରୀ ଓ କର୍ମଚାରୀ ଦୂରସ୍ଥାନକୁ ବସ୍ କିମ୍ୱା ରେଳଯାତ୍ରା କରିବେ। ଅଧିକାରୀଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ସରକାରୀ କାମରେ ଲାଗି ପାରିବ
ଭୁବନେଶ୍ୱର: ପେଟ୍ରୋଲ୍ ଓ ଡିଜେଲ୍ ଖର୍ଚ୍ଚ କାଟ ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ କଲେ ମଖ୍ୟମନ୍ତ୍ରୀ ମୋହନ ମାଝୀ। ସରକାରୀ ବିଭାଗଗୁଡ଼ିକରେ ବ୍ୟବହାର କମାଇବା ପାଇଁ ନିର୍ଦ୍ଦେଶନାମା। ପ୍ରଶାସନକୁ ୮ ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କଲେ ମୁଖ୍ୟମନ୍ତ୍ରୀ। ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଭର୍ଚୁଆଲ ମୋଡ୍ରେ କରାଯିବ । ସେହିପରି ନୂଆ ୨ ଓ ୪ ଚକିଆ ଯାନ ବୈଦ୍ୟୁତିକ (EV) କିଣାଯିବା ବାଧ୍ୟତାମୂଳକ କରାଯାଇଛି। ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ କାର୍ପୁଲିଂ କରିବେ।ସରକାରୀ ଗାଡ଼ି ବ୍ୟବହାର ପାଇଁ ଅର୍ଥ ବିଭାଗ ମାର୍ଗଦର୍ଶିକା ଜାରି କରିବ।
ଅନ୍ୟପଟେ ଅଧିକାରୀ ଓ କର୍ମଚାରୀ ଦୂରସ୍ଥାନକୁ ବସ୍ କିମ୍ୱା ରେଳଯାତ୍ରା କରିବେ। ଅଧିକାରୀଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ସରକାରୀ କାମରେ ଲାଗି ପାରିବ। ସରକାରୀ କର୍ମଚାରୀଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ ସେବା ବ୍ୟବସ୍ଥା କରାଯିବ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ଅତିକମ୍ରେ ୧୦% କମାଇବାକୁ ନିର୍ଦ୍ଦେଶ ରହିଛି।