ଖରା ତାତି ସହ କଲବଲ କରୁଛି ଗୁଳୁଗୁଳି: ଅଧିକ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ବଢୁଛି ହିଟ୍ ଇଣ୍ଡେକ୍ସ:ଝାଳନାଳ ହୋଇପଡୁଛନ୍ତି ରାଜ୍ୟବାସୀ
୧୯୯୮ ମେ’ ୨୮ ତାରିଖରେ ଏଠାକାର ସର୍ବୋଚ୍ଚ ତାପମାତ୍ରା ୪୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିଲା। ସେହିବର୍ଷ ମେ’ ୨୪ ତାରିଖରେ ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୭.୬ ଡିଗ୍ରୀ ରହିଥିଲା
ଭୁବନେଶ୍ୱର:ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶା ଜଳୁଛି।ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ସେଲ୍ସିୟସ ଛୁଇଁଛି।ଉଚ୍ଚ ଆର୍ଦ୍ରତା ଯୋଗୁଁ ଝାରସୁଗୁଡାରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା।ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି ଯେ ୨୦୨୪ ମସିହା ମେ’ ୩୧ ତାରିଖରେ ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀ ଛୁଇଁଥିଲା। ତା’ପୂର୍ବରୁ ୧୯୯୮ ମେ’ ୨୮ ତାରିଖରେ ଏଠାକାର ସର୍ବୋଚ୍ଚ ତାପମାତ୍ରା ୪୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିଲା। ସେହିବର୍ଷ ମେ’ ୨୪ ତାରିଖରେ ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୭.୬ ଡିଗ୍ରୀ ରହିଥିଲା। ତା’ ପୂର୍ବରୁ ୧୯୭୮ ମସିହା ମେ’ ୨୦ ତାରିଖରେ ଝାରସୁଗୁଡ଼ାର ତାପମାତ୍ରା ୪୭.୫ ଡିଗ୍ରୀ ରହିଥିଲା। ଚଳିତ ବର୍ଷ ତା ସବୁ ରେକର୍ଡ଼ ଭାଙ୍ଗିବ ବୋଲି ଏବେ ଆକଳନ କରାଯାଉଛି।
ଅନ୍ୟପେଟ ପ୍ରବଳ ଗରମ ଓ ଗୁଳୁଗୁଳିରେ ଟାଟା ପାୱାରର ମନମୁଖୀ କାର୍ଯ୍ୟ ଓ ଛଟେଇ ପ୍ରତିବାଦରେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୁର ମହାସଂଘ ବ୍ୟାନରରେ ପ୍ରାୟ ୧୦ହଜାରରୁ ଅଧିକ ଠିକା ଶ୍ରମିକ ରାଜଧାନୀରେ ୫ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ଅଘୋଷିତ ବିଦ୍ୟୁତ୍ କାଟ ହେଉଥିବାରୁ ଏଭଳି ପ୍ରତିବାଦ ହୋଇଛି।ଏହି ଆନ୍ଦୋଳନ ଯୋଗୁ ରାଜ୍ୟରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ଆଶଙ୍କା କରି ରାଜ୍ୟ ସରକାର ଆଜି ଏସମା ଲାଗୁ କରିଛନ୍ତି।