ପୁଣି ବଢିଲା ପେଟ୍ରୋଲ୍ ଓ ଡିଜେଲ୍:୧୦ ଦିନରେ ତୃତୀୟ ଥର ପାଇଁ ବଢିଲା ତେଲ ଦର
ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଦର ୧୦୬.୩୨ ଟଙ୍କା ଥିବାବେଳେ ଡିଜେଲ ଦର ୯୭.୮୭ ଟଙ୍କାରେ ପହଞ୍ଚିଛି
ନୂଆଦିଲ୍ଲୀ: ପୁଣି ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ଡିଜେଲ୍ ମୂଲ୍ୟ ଲିଟର ପ୍ରତି ୯୧ ପଇସା ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ୍ ମୂଲ୍ୟ ଲିଟର ପ୍ରତି ୮୭ ପଇସା ବୃଦ୍ଧି ପାଇଛି। ୧୦ ଦିନରେ ତୃତୀୟ ଥର ପାଇଁ ବଢିଲା ତେଲ ଦର।ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଦର ୧୦୬.୩୨ ଟଙ୍କା ଥିବାବେଳେ ଡିଜେଲ ଦର ୯୭.୮୭ ଟଙ୍କାରେ ପହଞ୍ଚିଛି। ଦିଲ୍ଲୀର ଇନ୍ଧନ ଡିଲରମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀ ସମେତ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୭ ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି।
ତେବେ ଚଳିତ ମାସକ ମଧ୍ୟରେ ତୃତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ହୋଇଛି- ଏହି ମାସରେ ତୃତୀୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି। ଏହି ସପ୍ତାହର ଆରମ୍ଭରେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୯୦ ପଇସା ବୃଦ୍ଧି କରାଯାଇଥିଲା, ଯାହା କିଛି ଦିନ ପୂର୍ବରୁ ପ୍ରତି ଲିଟର ପିଛା ୩ ଟଙ୍କା ବୃଦ୍ଧି କରାଯାଇଥିଲା। ଲଗାତାର ନିୟମିତ ବ୍ୟବଧାନରେ ତେଲ ଦର ବଢୁଥିବା ବେଳେ ଏହା ସାଧାରଣ ଲୋକଙ୍କ ପକେଟକୁ ଗରମ କରିଛି।