thelifelinemedia
Latest Odisha News, Breaking News Today

ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ: ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ, ସମସ୍ତେ ସୁରକ୍ଷିତ ଉଦ୍ଧାର 

ନିଆଁ ଲାଗିବା କାରଣ ଅସ୍ପଷ୍ଟ। ଉଦ୍ଧାର କାର୍ଯ୍ୟ ଜାରି

ରତଲାମ: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନରେ ନିଆଁ ଲାଗିବା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଜଣାପଡିଛି ରବିବାର ସକାଳେ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଆଲୋଟ ନିକଟରେ ତ୍ରିଭେନ୍ଦ୍ରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ୍‌ (୧୨୪୩୧)ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୋଟା ରେଳ ଡିଭିଜନର ଲୁନି ରିଚା ଏବଂ ବିକ୍ରମଗଡ଼ ଆଲୋଟ ଷ୍ଟେସନ ମଧ୍ୟରେ ସକାଳ ପ୍ରାୟ ୫:୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା।ଟ୍ରେନ୍‌ର ଏସି କୋଚ୍ ବି-୧ ରେ ନିଆଁ ଲାଗି ଏହା ଅନ୍ୟ ଦୁଇଟି କୋଚ୍‌କୁ ବ୍ୟାପିଥିଲା। ନିଆଁ ବଢ଼ିବା ସହିତ ଟ୍ରେନର ହର୍ଣ୍ଣ(ହୁଟର) ବାଜିବାରେ ଲାଗିଥିଲା। ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତଥାପି, ରେଳ କର୍ମଚାରୀ ଏବଂ ଯାତ୍ରୀମାନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ, ସମୟ ମଧ୍ୟରେ ସମସ୍ତ ୬୮ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। କେହି ମୃତାହତ ହେବାର କୌଣସି ରିପୋର୍ଟ ନାହିଁ।

ଟ୍ରେନରେ ନିଆଁ ଲାଗିବା ଖବର ମିଳିବା ପରେ ରତଲାମ ରେଳ ଡିଭିଜନ ଡିଆରଏମ ଅଶ୍ୱନୀ କୁମାର ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ରତଲାମରୁ ଏକ ଦୁର୍ଘଟଣା ରିଲିଫ୍ ଟ୍ରେନ ଏବଂ ଏକ ଟାୱାର ୱାଗନ ପଠାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଅଗ୍ନିକାଣ୍ଡ ସର୍ଟସର୍କିଟ୍ ଯୋଗୁଁ ଘଟିଥିଲା।

Leave A Reply

Your email address will not be published.