thelifelinemedia
Latest Odisha News, Breaking News Today

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ: କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ବଣ୍ଡି ସଞ୍ଜୟ କୁମାରଙ୍କ ପୁଅକୁ ବାନ୍ଧିଲା ପୋଲିସ୍

କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ଥିଲା। ତେଲେଙ୍ଗାନା ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏ ନେଇ ଅଭିଯୋଗ ହୋଇଥିଲା

ନୂଆଦିଲ୍ଲୀ: ଆଇନ ଠାରୁ କେହି ଉର୍ଦ୍ଧ୍ୱରେ ନୁହନ୍ତି। କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ବଣ୍ଡି ସଞ୍ଜୟ କୁମାରଙ୍କ ପୁଅକୁ ପୋଲିସ୍ ବନ୍ଧିବା ପରେ ଏ କଥା ପ୍ରମାଣିତ ହୋଇଛି। ହାଇଦ୍ରାବାଦରୁ ତାଙ୍କୁ ଗିରଫ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବଣ୍ଡି ଭାଗିରଥଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ରହିଛି।

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ଥିଲା। ତେଲେଙ୍ଗାନା ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏ ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ୍ ମାମଲାରେ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା।  ହେଲେ ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ବଣ୍ଡି ସଞ୍ଜୟ କୁମାର ପ୍ରତିକ୍ରିୟା ରଖିଛନ୍ତି।‘ସତ୍ୟର ହେବ ଜୟ’,ପୁଅ କୌଣସି ବି ଭୁଲ କରିନି। ପୋଲିସ୍ ର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ବଣ୍ଡି ସଞ୍ଜୟ କୁମାର ପ୍ରତିକ୍ରିୟା ରଖିଛନ୍ତି।‘ କହିଛନ୍ତି, ସତ୍ୟର ହେବ ଜୟ’,ପୁଅ କୌଣସି ବି ଭୁଲ କରିନି। ପୋଲିସ୍ ର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.