thelifelinemedia
Latest Odisha News, Breaking News Today

ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ ଶର୍ମା: ମଇ ୧୨ ତାରିଖ ଦିନ ପୂର୍ବାହ୍ନ ୧୧:୦୦ ଟାରେ ଶପଥ ଗ୍ରହଣ ସମାରୋହ

ଏଥର ନିର୍ବାଚନରେ ବିଜେପି ଆସାମରେ 100ରୁ ଅଧିକ ସିଟରେ ବିଜୟ ଲାଭ କରିଛି। ହିମନ୍ତ ବିଶ୍ୱ ଶର୍ମା ମଇ ୬ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଦାୟିତ୍ୱ ନିର୍ବାହ କରୁଥିଲେ

ବ୍ୟୁରୋ: ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ବିଧାୟକ ଦଳର ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜେପି ନଡ୍ଡା ଏହି ପଦବି ପାଇଁ ହିମନ୍ତ ବିଶ୍ୱ ଶର୍ମାଙ୍କ ନାମ ଘୋଷଣା କରିଛନ୍ତି। ମଇ ୧୨ ତାରିଖ ଦିନ ପୂର୍ବାହ୍ନ ୧୧:୦୦ ଟାରେ ହିମନ୍ତ ବିଶ୍ୱ ଶର୍ମା ତୃତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହାସହିତ, ବିଜେପି ନେତା ଶର୍ମା ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ଏଥର ନିର୍ବାଚନରେ ବିଜେପି ଆସାମରେ 100ରୁ ଅଧିକ ସିଟରେ ବିଜୟ ଲାଭ କରିଛି। ହିମନ୍ତ ବିଶ୍ୱ ଶର୍ମା ମଇ ୬ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଦାୟିତ୍ୱ ନିର୍ବାହ କରୁଥିଲେ। ନୂତନ ସରକାର ଗଠନ ସହିତ ସେ ଏବେ ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Leave A Reply

Your email address will not be published.