ପୁର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ EOW ଚଢ଼ାଉ
୨୦୨୫ ସେପ୍ଟେମ୍ବର ମାସରେ ବିଜେଡି ଛାଡ଼ିଥିଲେ ଏବଂ ପରେ ସ୍ୱାଧୀନ ଭାବେ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଥିଲେ
ରାୟଗଡ଼ା:ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳ (ବିଜେଡି)ର ପୂର୍ବତନ ନେତା ଏନ୍. ଭାସ୍କର ରାଓଙ୍କ ରାୟଗଡ଼ା ସ୍ଥିତ ବାସଭବନରେ ଟ୍ରକ୍ ୟୁନିୟନ୍ ଆର୍ଥିକ ହେରଫେର ଓ ପ୍ରାୟ ୮୦ କୋଟିରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ନେଇ ଅର୍ଥନୈତିକ ଅପରାଧ ଶାଖା (EOW) ପକ୍ଷରୁ ଚଢ଼ାଉ କରାଯାଇଛି।ଟ୍ରକ୍ ୟୁନିୟନ୍ ଆର୍ଥିକ ତେଲବିଲ୍/ତହବିଲ୍ ହେରଫେର ଓ ପ୍ରାୟ ୮୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ।ରାୟଗଡ଼ା ପୋଲିସ ଥାନାରେ ଏତଲା ଦିଆଯିବା ପରେ EOW ଟିମ୍ ରାୟଗଡ଼ା ସ୍ଥିତ ତାଙ୍କ ଘରେ ରେଡ୍ କରିଛନ୍ତି।ଚଢ଼ାଉ ସମୟରେ ଭାସ୍କର ରାଓ ଘରେ ନଥିବାରୁ ଘରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି।
୨୦୨୫ ସେପ୍ଟେମ୍ବର ମାସରେ ବିଜେଡି ଛାଡ଼ିଥିଲେ ଏବଂ ପରେ ସ୍ୱାଧୀନ ଭାବେ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଥିଲେ।ପୂର୍ବରୁ ଟ୍ରକ୍ ୟୁନିୟନ୍ରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ଏନ୍. ଭାସ୍କର ରାଓଙ୍କ ନାଁ ଆସିଥିବା କୁହାଯାଉଛି । ଏହି ମାମଲାର ତଦନ୍ତକୁ ନେଇ EOWର ଏକ ଟିମ୍ ତାଙ୍କ ରାୟଗଡ଼ାସ୍ଥିତ ବାସଭବନ ସମ୍ମୁଖରେ ପହଞ୍ଚିଛି । ହେଲେ ଭାସ୍କର ରାଓ ବର୍ତ୍ତମାନ ରାୟଗଡ଼ାରେ ନଥିବାରୁ ଘରେ ତାଲା ପଡ଼ିଛି।