thelifelinemedia
Latest Odisha News, Breaking News Today

ସାଳନ୍ଦି କେନାଲ ମହା ଦୁର୍ନିତୀ:ସୁରକ୍ଷା ଦେଉଛନ୍ତି କି ମନ୍ତ୍ରୀ ସୂର୍ଯ୍ୟବଂଶୀ, ମିଲିଭଗତରେ ଚାଲିଛି ବଡ ହେରଫେର

ମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭିତରେ ସାଳନ୍ଦୀ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ହିତେଶ ସାହୁ ଅଛନ୍ତି । କାର୍ଯ୍ୟାନୁଷ୍ଠାନ ନେବା ଲୋକ ଯଦି ପିସି ନିଏ ତେବେ ଏସଇର କିଏ ବା କଣ କରିବ ବୋଲି ଏସଇ ବୁଲିବୁଲି କହୁଛନ୍ତି । ଆରେ ଅଡୁଆ ମନ୍ତ୍ରୀଙ୍କର ତ ମଦ ପିଇବା ଭିଡିଓ ଏବେ ବି ଭାଇରଲ ହେଉଛି । ଏସଇ କହୁଛନ୍ତି ମୁଁ ମନ୍ତ୍ରୀଙ୍କୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଦିଏ । କେହି ମୋର କିଛି କରିପାରିବେ ନାହିଁ

ଭଦ୍ରକ : ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ନିଜ ଖେଳ ବିଭାଗ ମନ୍ତ୍ରାଳୟ ଛାଡ଼ି ନିଜ ପକେଟ ଗରମ କରିବା ପାଇଁ ଓ ହିତେଶ ସାହୁଙ୍କୁ ଅନୁକମ୍ପା ରାଶି ଦେବା ପାଇଁ ଦେଉଛନ୍ତି ସୁରକ୍ଷା । ଦୁଃଖ ଓ ପରିତାପର ବିଷୟ ଏହି କି ଯେ ଲଗାତାର ଲାଇଫ ଲାଇନ ମିଡ଼ିଆ ଷ୍ଟୋରି କଲା ପରେ ବି ନାଁ ଅଛି ଏସଇଙ୍କ ଉପରେ ଚାପ ନାଁ ଅଛି ଜିଲ୍ଲାପାଳଙ୍କ ତଦନ୍ତ । ବରଂ ମନ୍ତ୍ରୀ ମାଡ଼ ପିଇବାରେ ବ୍ୟସ୍ତ ଏସଇଙ୍କ ସହିତ ଭଦ୍ରକରେ। କଣ ପାଇଁ ଜଣେ ଏସଇଙ୍କର ଏତେ ଦବଙ୍ଗ ନାଁ ମିଡ଼ିଆକୁ ଭୟ ନାଁ ଜିଲ୍ଲାପାଳଙ୍କୁ ନାଁ ମୁଖ୍ୟମନ୍ତ୍ରୀଙ୍କୁ । କାରଣ ଖୋଲିବାରୁ ଜଣାପଡିଲା ଯେ ମୁଖ୍ୟ ଚେର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ପାଖରେ ।

ମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭିତରେ ସାଳନ୍ଦୀ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ହିତେଶ ସାହୁ ଅଛନ୍ତି । କାର୍ଯ୍ୟାନୁଷ୍ଠାନ ନେବା ଲୋକ ଯଦି ପିସି ନିଏ ତେବେ ଏସଇର କିଏ ବା କଣ କରିବ ବୋଲି ଏସଇ ବୁଲିବୁଲି କହୁଛନ୍ତି । ଆରେ ଅଡୁଆ ମନ୍ତ୍ରୀଙ୍କର ତ ମଦ ପିଇବା ଭିଡିଓ ଏବେ ବି ଭାଇରଲ ହେଉଛି । ଏସଇ କହୁଛନ୍ତି ମୁଁ ମନ୍ତ୍ରୀଙ୍କୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଦିଏ । କେହି ମୋର କିଛି କରିପାରିବେ ନାହିଁ ।

ମୁଖ୍ୟମନ୍ତ୍ରୀ ମହାଦେ ଖେଳ ବିଭାଗ କଥା ଦାଣ୍ଡରେ ପଡି ହାଟରେ ଗଡୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଵିଭାଡି ଜଳସମ୍ପଦ ଭିତରେ ପଶି ଏସଇ ଓ ମୁଖ୍ୟଯନ୍ତ୍ରୀଙ୍କୁ ସୁରକ୍ଷା ଦେବା ଓ ଚାନ୍ଦ ନେବା କଥା କେତେ ଦୂର ଠିକ ତାକୁ ନେଇ ପ୍ରଶ୍ନ ଉଠୁଛି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନନେଲେ ବଦନାମ ହେବ । ଏହାସହିତ ଲୋକଙ୍କ ସରକାର ବୋଲାଉ ଥିବା ବିଜେପି ବଦନାମ ହେବ , ଏଥିରେ କୌଣସି ଦ୍ୱିମତ ନାହିଁ।

Leave A Reply

Your email address will not be published.