ପୁଣି ଇସ୍କନର ମନମାନୀ: ଲଣ୍ଡନରେ ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା
କେବେ ମାନିବ, କେବେ ଶୁଣିବ ? ଇସ୍କନର ପୁଣି ମନମାନି। ବିଦେଶରେ ଏକାଧିକ ସ୍ଥାନରେ କରିଛି ଅଦିନିଆ ରଥଯାତ୍ରା
ଭୁବନେଶ୍ୱର: ଇସ୍କନର ପୁଣି ମନମାନି ଆରମ୍ଭ ହୋଇଯାଇଛି। ଅଦିନିଆ ସ୍ନାନଯାତ୍ରା କରିବାକୁ ଯାଉଛି ଇସ୍କନ। ଲଣ୍ଡନ ନିକଟ ୱାଟ୍ଫୋର୍ଡରେ ଅଦିନିଆ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଇସ୍କନ ଭକ୍ତି ବେଦାନ୍ତ ମାନୋର ପକ୍ଷରୁ ସ୍ନାନଯାତ୍ରା ପାଳନ କରାଯିବ।ଲଣ୍ଡନରେ ଅନୁଷ୍ଠିତ ଏହି ଅନଧିକୃତ କାର୍ଯ୍ୟକ୍ରମ ପରମ୍ପରାକୁ ଉଲ୍ଲଂଘନ କରୁଥିବାରୁ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗଜପତି ମହାରାଜାଙ୍କ ବାରମ୍ବାର ବାରଣ ସତ୍ତ୍ବେ ମାନୁନି ଇସ୍କନ।କେବେ ମାନିବ, କେବେ ଶୁଣିବ ? ଇସ୍କନର ପୁଣି ମନମାନି। ବିଦେଶରେ ଏକାଧିକ ସ୍ଥାନରେ କରିଛି ଅଦିନିଆ ରଥଯାତ୍ରା। ଗଜପତି ମହାରାଜଙ୍କ ବାରମ୍ବାର ଚିଠି ପରେ ବି ଇସ୍କନ ମାନୁନି କି , ଖାତିର୍ ବି କରୁନି।ନିକଟରେ ଇସ୍କନକୁ ଚରମବାଣୀ ଶୁଣାଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଅଦିନିଆ ରଥଯାତ୍ରା ଆୟୋଜନ କଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଥିଲେ। ହେଲେ ଗଜପତିଙ୍କ ବାରମ୍ବାର ଚିଠି ସତ୍ତ୍ଵେ ଇସ୍କନ ମାନୁନି କି ତିଳେ ହେଲେ ଖାତିର୍ କରୁନି।