ହକିରେ ପୁଣି ଭାରତର ଦବଦବା:ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ହାତେଇଲା ଭାରତୀୟ ପୁରୁଷ ହକି
ଫାଇନାଲ ମୁକାବିଲାରେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କ ଗୋଲ୍ ଭାରତର ବିଜୟକୁ ଆହୁରି ସ୍ମରଣୀୟ କରିଛି । ଭାରତ ପକ୍ଷରୁ ଶିଳାନନ୍ଦଙ୍କ ବ୍ୟତୀତ ଦିଲପ୍ରୀତ ସିଂହ, ଯୁଗରାଜ ସିଂହ ଓ ବିବେକ ସାଗର ପ୍ରସାଦ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ
ବ୍ୟୁରୋ:ହକିରେ ପୁଣି ଭାରତର ଦବଦବା । ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ହାତେଇଲା ଭାରତୀୟ ପୁରୁଷ ହକି ଦଳ । ମୋହାଲିର ଅଲିମ୍ପିଆନ୍ ବଲବୀର ସିଂହ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଗୁରୁବାର ଖେଳାଯାଇଥିବା ଫାଇନାଲ୍ରେ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରି ଭାରତ ଟାଇଟଲ୍ ଜିତିଛି । ଏହା ସହ ଲଗାତାର ତୃତୀୟ ଥର ଚାମ୍ପିୟନ୍ ହୋଇ ହ୍ୟାଟ୍ରିକ୍ ଟାଇଟଲ୍ ହାସଲ କରିଛି ଦଳ । ଏଥିସହ ଭାରତ ରେକର୍ଡ ଷଷ୍ଠ ଥର ପାଇଁ ଏହି ଟ୍ରଫି ଜିତିଛି ।
ଫାଇନାଲ ମୁକାବିଲାରେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କ ଗୋଲ୍ ଭାରତର ବିଜୟକୁ ଆହୁରି ସ୍ମରଣୀୟ କରିଛି । ଭାରତ ପକ୍ଷରୁ ଶିଳାନନ୍ଦଙ୍କ ବ୍ୟତୀତ ଦିଲପ୍ରୀତ ସିଂହ, ଯୁଗରାଜ ସିଂହ ଓ ବିବେକ ସାଗର ପ୍ରସାଦ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ମ୍ୟାଚର ତୃତୀୟ ମିନିଟ୍ରେ ଜାପାନ ୧-୦ରେ ଆଗୁଆ ହୋଇଥିଲା ।୪୨ତମ ମିନିଟ୍ରେ ଶିଳାନନ୍ଦ ଲାକ୍ରା ଗୋଲ୍ କରି ଭାରତକୁ ସମାନ ସ୍ଥିତିକୁ ଆଣିଥିଲେ । ଏହାପରେ ୪୮ତମ ମିନିଟ୍ରେ ଦିଲପ୍ରୀତ ସିଂହ ଦ୍ୱିତୀୟ ଗୋଲ୍ ଦେଇଥିଲେ । ୫୩ତମ ମିନିଟ୍ରେ ଯୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରି ଭାରତର ଅଗ୍ରଣୀକୁ ୩-୧ କରିଥିଲେ । ଶେଷରେ ୫୪ତମ ମିନିଟ୍ରେ ବିବେକ ସାଗର ପ୍ରସାଦ ଆଉ ଏକ ଗୋଲ୍ ଦେଇ ବିଜୟ ସୁନିଶ୍ଚିତ କରିଥିଲେ ।