thelifelinemedia
Latest Odisha News, Breaking News Today

ଆଜି କିଙ୍ଗ କୋହଲିଙ୍କ ଜନ୍ମଦିନ: ୩୮ତମ ଜନ୍ମଦିନ ପାଳନ କରୁଛନ୍ତି ବିରାଟ, ଛୁଟିଲା ଶୁଭେଚ୍ଛାର ସୁଅ 

ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସେ ୭୪ ରନର ଏକ ଚମତ୍କାର ଇନିଂସ ଖେଳି ଦଳକୁ ଜିତାଇବା ସହ ନିଜ ପ୍ରଶଂସକଙ୍କୁ ଆଗୁଆ ଜନ୍ମଦିନ ଉପହାର ଦେଇଥିଲେ।ଦିନିକିଆ (ODI) କ୍ରିକେଟ୍‌ରେ ସର୍ବାଧିକ ୫୦ଟି ଶତକ ହାସଲ କରିବାର ବିଶ୍ୱ ରେକର୍ଡ ତାଙ୍କ ନାମରେ ରହିଛି

ବ୍ୟୁରୋ:ଆଜି, ୫ ନଭେମ୍ବରରେ କ୍ରିକେଟ ଜଗତର ଶେହନଶାହ ତଥା ରନ୍ ମେସିନ୍ ବିରାଟ କୋହଲି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି‌। ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ବିରାଟ ଆଜି ବିଶ୍ୱ କ୍ରିକେଟର ଜଣେ ମହାନ କ୍ରିକେଟର ଭାବେ ପରିଚିତ‌।

ତାଙ୍କର ଏହି ବିଶେଷ ଦିନରେ ବିଶ୍ୱବ୍ୟାପୀ ତାଙ୍କର କୋଟି କୋଟି ପ୍ରଶଂସକ ଏବଂ କ୍ରିକେଟ ଜଗତର ବଡ଼ ବଡ଼ ଦିଗ୍ଗଜମାନେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି‌।ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସେ ୭୪ ରନର ଏକ ଚମତ୍କାର ଇନିଂସ ଖେଳି ଦଳକୁ ଜିତାଇବା ସହ ନିଜ ପ୍ରଶଂସକଙ୍କୁ ଆଗୁଆ ଜନ୍ମଦିନ ଉପହାର ଦେଇଥିଲେ।ଦିନିକିଆ (ODI) କ୍ରିକେଟ୍‌ରେ ସର୍ବାଧିକ ୫୦ଟି ଶତକ ହାସଲ କରିବାର ବିଶ୍ୱ ରେକର୍ଡ ତାଙ୍କ ନାମରେ ରହିଛି।ସଚିନ ତେନ୍ଦୁଲକରଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ଶତକ (୮୬ଟି ଶତକ) ମାରିଥିବା ଖେଳାଳି।

Leave A Reply

Your email address will not be published.