thelifelinemedia
Latest Odisha News, Breaking News Today

ତାମିଲନାଡ଼ୁରେ ବିଜୟ ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲାପତି ବିଜୟ, ରାଜ୍ୟର ପ୍ରଥମ ଅଣ ଦ୍ରାବିଡ ମୁଖ୍ୟମନ୍ତ୍ରୀ

ଚତୁର୍ଥ ଥର ପାଇଁ ସରକାର ଗଠନ କରିବାକୁ ବିଜୟ ରାଜ୍ୟପାଳଙ୍କ ଅନୁମୋଦନ ପାଇଥିଲେ। ତାଙ୍କ ଦଳ ତାମିଲନାଡୁ ଭେଟି କାଝାଗମ (ଟିଭିକେ) ଅନେକ ଛୋଟ ଦଳର ସମର୍ଥନ ସହିତ ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବହୁମତ ସଂଖ୍ୟା ଅତିକ୍ରମ କରିଛି

ଚେନ୍ନାଇ: ତାମିଲନାଡ଼ୁରେ ଆଜିଠୁ ଆରମ୍ଭ ହୋଇଛି ବିଜୟ ସରକାର।ମୁଖ୍ୟମନ୍ତ୍ରୀ ଭାବରେ ଥଲାପତି ବିଜୟ ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବିଜୟଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି। ସମାରୋହରେ ଜାତୀୟ ସଂଗୀତ ‘ବନ୍ଦେ ମାତରମ…ଜନଗଣ ମନ ଅଧିନାୟକ…’ ଏବଂ ତାମିଲନାଡୁ ରାଜ୍ୟ ସଂଗୀତ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ବିଜୟଙ୍କ ଶପଥ ଗ୍ରହଣ ସହିତ ତାମିଲନାଡୁବାସୀଙ୍କୁ ପ୍ରଥମ ଥର ପାଇଁ ଜଣେ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ମିଳିଛି। ବିଜୟଙ୍କ ସହିତ ତାଙ୍କର କ୍ୟାବିନେଟରେ ସ୍ଥାନ ପାଇଥିବା ୯ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ୫ଜଣ ବିଧାୟକ ମଧ୍ୟ ଯୋଗ ଦେଇଛନ୍ତି।

ଶନିବାର ଚତୁର୍ଥ ଥର ପାଇଁ ସରକାର ଗଠନ କରିବାକୁ ବିଜୟ ରାଜ୍ୟପାଳଙ୍କ ଅନୁମୋଦନ ପାଇଥିଲେ। ତାଙ୍କ ଦଳ ତାମିଲନାଡୁ ଭେଟି କାଝାଗମ (ଟିଭିକେ) ଅନେକ ଛୋଟ ଦଳର ସମର୍ଥନ ସହିତ ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବହୁମତ ସଂଖ୍ୟା ଅତିକ୍ରମ କରିଛି। ପ୍ରଥମ ଅଣ ଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବରେ ନଜର ଆସିଛନ୍ତି ବିଜୟ। ଆଗକୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ବିଜୟଙ୍କ ସରକାର କେମିତି ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.