ପୁଣି ରାଜ୍ୟପାଳଙ୍କୁ ଭେଟିଲେ ବିଜୟ :ସରକାର ଗଠନ ନେଇ ସସପେନ୍ସ ଜାରି
୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ରାଜ୍ୟ ରାଜନୀତି ଅତ୍ୟନ୍ତ ରୋଚକ ଓ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଘଡିକେ ଘୋଡା ଛୁଟୁଚ୍ଛି। ସରକାର ଗଠନ ନେଇ ସସପେନ୍ସ ଜାରି ରହିଛି। ଆଜି ପୁଣି ରାଜ୍ୟପାଳଙ୍କୁ ଭେଟିଲେ ଟିଭିକେ ମୁଖ୍ୟ ବିଜୟ। ଦିନ ୧୧ଟାରେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ବିଜୟ। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି।ଗତକାଲି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ। ବଶ୍ୟକ ବହୁମତ ନ ଥିବାରୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରି ଦେଇଥିବା ସୂଚନା ମିଳିଛି ।
୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ରାଜ୍ୟ ରାଜନୀତି ଅତ୍ୟନ୍ତ ରୋଚକ ଓ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ତେଲୁଗୁ ଅଭିନେତା ବିଜୟଙ୍କ ଦଳ TVK (Tamizhaga Vetri Kazhagam) ୧୦୮ ଆସନ ପାଇ ବଡ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ବହୁମତ (୧୧୮) ଠାରୁ ଦୂରରେ ଅଛି, ଯାହା ଫଳରେ ସରକାର ଗଠନ ନେଇ ସସପେନ୍ସ ଜାରି ରହିଛି।