ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଶୁଭେନ୍ଦୁ ଅଧିକାରୀ:ଖୁବ୍ ଶୀଘ୍ର ହୋଇପାରେ ଘୋଷଣା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପଶ୍ଚିମବଙ୍ଗର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ବିଜେପି। ବଙ୍ଗଳାରେ ବିଜେପି ୨୦୭ଟି ଆସନ ଜିତିଛି
କୋଲକାତା:ଭାରତୀୟ ଜନତା ପାର୍ଟି ଖୁବ୍ ଶୀଘ୍ର ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି। ଶୁକ୍ରବାର ବିଜେପି ଏ ନେଇ ଏକ ବଡ଼ ବୈଠକ କରିବ ଓ ଏହା ପରେ ବିଧାୟକ ଦଳ ନେତାଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି।
ରାଜଧାନୀ କୋଲକାତାରେ ଶୁକ୍ରବାର ବିଜେପି ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ରିପୋର୍ଟ ଅନୁଯାୟୀ, ଏହି ବୈଠକରେ ଅଧିକାରୀଙ୍କୁ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯିବ ବୋଲି ଜଣାପଡ଼ିଛି। ବିଜେପି ରାଜ୍ୟ ଅଧ୍ୟକ୍ଷ ଶମିକ ଭଟ୍ଟାଚାର୍ଯ୍ୟ ଅଧିକାରୀଙ୍କ ନାମ ପ୍ରସ୍ତାବ ଦେବେ ଏବଂ ଶାହ ତାଙ୍କ ନାମ ଘୋଷଣା କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପଶ୍ଚିମବଙ୍ଗର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ବିଜେପି। ବଙ୍ଗଳାରେ ବିଜେପି ୨୦୭ଟି ଆସନ ଜିତିଛି। ମେ ୯ରେ ହେବ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ।