thelifelinemedia
Latest Odisha News, Breaking News Today

ମୁଖ୍ୟମନ୍ତ୍ରୀଙ୍କ ମୁନ୍ଦ୍ରା ବନ୍ଦର ପରିଦର୍ଶନ: ଟୁ-କୋଷ୍ଟ ଷ୍ଟ୍ରାଟେଜି’ ବା ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ

ଆସନ୍ତା ଦଶକର ଅଭିବୃଦ୍ଧିରେ ପୂର୍ବ ଉପକୂଳ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁନ୍ଦ୍ରା ବନ୍ଦର ପରିଦର୍ଶନ ଅବସରରେ ଶିଳ୍ପ ନେତୃବୃନ୍ଦଙ୍କୁ ସମ୍ବୋଧିତ କରିଛନ୍ତି। ଦେଶର ଅଭିବୃଦ୍ଧି ରଣନୀତିରେ ଏହି ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ‘ଟୁ-କୋଷ୍ଟ ଷ୍ଟ୍ରାଟେଜି’ ବା ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ ଦେଇଛନ୍ତି।ଭାରତର ବିକାଶ ଏକପାଖିଆ ହୋଇ ରହିପାରିବ ନାହିଁ। ଶିଳ୍ପ ସମ୍ପ୍ରସାରଣର ଆଗାମୀ ପର୍ଯ୍ୟାୟ ପୂର୍ବ ଉପକୂଳ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ବିଶ୍ୱର ଶିଳ୍ପ ଇକୋସିଷ୍ଟମର ପ୍ରତିଯୋଗିତାମୂଳକ ପରିବେଶରେ ଭାରତ ଯେପରି ଦୀର୍ଘକାଳୀନ ଭାବେ ଦକ୍ଷତାର ସହ ଅଭିବୃଦ୍ଧି ହାସଲ କରିପାରିବ, ସେଥିପାଇଁ ସନ୍ତୁଳିତ ଉପକୂଳ ବିକାଶ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ଦଶକର ଅଭିବୃଦ୍ଧିରେ ପୂର୍ବ ଉପକୂଳ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ପୂର୍ବ ଉପକୂଳର ବିକାଶକୁ ତ୍ୱରାନ୍ୱିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.