ଡିଏମ୍କେ ସହ ଦଶନ୍ଧି ପୁରୁଣା ମେଣ୍ଟ ଶେଷ କଲା କଂଗ୍ରେସ: ତାମିଲନାଡୁ ରାଜନୀତିରେ ହଟଚମଟ
ଜାତୀୟ ସ୍ତରରେ ନିର୍ବାଚନରେ ବିଜେପିକୁ ମୁକାବିଲା କରିବା ପାଇଁ ଗଠିତ ଇଣ୍ଡିମେଣ୍ଟରେ କଂଗ୍ରେସ ଓ ଡିଏମ୍କେ ଏକାଠି ରହିପାରନ୍ତି
ଚେନ୍ନାଇ: ରୋଚକ ହୋଇଛି ତାମିଲନାଡୁ ରାଜନୀତି। ସରକାର ଗଠନ ପାଇଁ ଟିଭିକେ ସହ ହାତ ମିଳେଇଛି କଂଗ୍ରେସ। ଡିଏମକ ଓ କଂଗ୍ରେସ ମେଣ୍ଟ ଭାଙ୍ଗିଛି।ତାମିଲନାଡ଼ୁରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଟିଭିକେକୁ ବୁଧବାର ସମର୍ଥନ ଘୋଷଣା କରିବା ସହ ରାଜ୍ୟ ରାଜନୀନତିରେ ଏଥି ସହ ରାଜ୍ୟରେ ଡିଏମ୍କେ ସହିତ ଦଶନ୍ଧି ପୁରୁଣା ମେଣ୍ଟ ଭାଙ୍ଗିଯାଇଛି।
ଜାତୀୟ ସ୍ତରରେ ନିର୍ବାଚନରେ ବିଜେପିକୁ ମୁକାବିଲା କରିବା ପାଇଁ ଗଠିତ ଇଣ୍ଡିମେଣ୍ଟରେ କଂଗ୍ରେସ ଓ ଡିଏମ୍କେ ଏକାଠି ରହିପାରନ୍ତି। କାରଣ କଂଗ୍ରେସ ନେତାମାନେ ସୂଚାଇ ଦେଇଛନ୍ତି ଯେ ବାମପନ୍ଥୀ ଦଳ, ତୃଣମୂଳ କଂଗ୍ରେସ (ଟିଏମ୍ସି) ଓ କଂଗ୍ରେସ ରାଜ୍ୟରେ ପରସ୍ପର ବିରୋଧରେ ଲଢେଇ ସତ୍ତ୍ୱେ ଏହି ଗୋଷ୍ଠୀରେ ରହିଛନ୍ତି। ତେବେ ଏହି ନିଷ୍ପତ୍ତି ଇଣ୍ଡିମେଣ୍ଟର ଏକତା ଓ ସମନ୍ୱୟ ଉପରେ ସନ୍ଦେହ ସୃଷ୍ଟି କରିପାରେ। ଭାରତର ସମ୍ବିଧାନରେ ବିଶ୍ୱାସ କରୁନଥିବା କୌଣସି ସାମ୍ପ୍ରଦାୟିକ ଶକ୍ତିକୁ ଦୂରେଇ ରଖିବା ଉପରେ ଆମର ସମର୍ଥନ ସର୍ତ୍ତମୂଳକ ହେବ ବୋଲି ଚୋଡନକର କହିଛନ୍ତି ।