ପଶ୍ଚିମବଙ୍ଗରେ ୯ ତାରିଖରେ ଶପଥ ଗ୍ରହଣ କରିବେ ବିଜେପି ମୁଖ୍ୟମନ୍ତ୍ରୀ: ସୂଚନା ଦେଲେ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ
କୋଲକାତା: ପଶ୍ଚିମବଙ୍ଗରେ ବିପୁଳ ବିଜୟ ପରେ ସରକାର ଗଠନ ପ୍ରକ୍ରିୟା ଜାରି ରଖିଛି ବିଜେପି। ଜଣାପଡିଛି ଯେ, ୯ ତାରିଖରେ ଶପଥ ନେବେ ନୂଆ ସରକାର । ରବିନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ହୋଇଥିବାରୁ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ ବୋଲି ଜଣାପଡିଛି ।
୨୦୦ରୁ ଅଧିକ ସିଟ୍ ହାତେଇଛି ଦଳ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଆରମ୍ଭ ହୋଇଗଲାଣି କସରତ । ଏସବୁ ଭିତରେ ଆସନ୍ତା ମେ ୯ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହି ଦୌଡ଼ରେ ବିଜେପିର ୩ ଜଣ ହେଭିୱେଟ୍ ନେତାଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି । ସବୁଠୁ ଆଗରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ ଅଧିକାରୀ, ଦିଲ୍ଲୀପ ଘୋଷ, ସମୀକ ଭଟ୍ଟାଚାର୍ଯ୍ୟଙ୍କ ନାମ ରହିଛି । ମହିଳା ଚେହେରା ଭାବେ ଅଗ୍ନିମିତ୍ରା ପଲ୍ ଏବଂ ରୂପା ଗାଙ୍ଗୁଲିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି ।