thelifelinemedia
Latest Odisha News, Breaking News Today

ହାରିବା ପରେ ମମତା ଦେଲେ କଡ଼ା ନିର୍ଦ୍ଦେଶ: ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନ ବାହାର କରିବାକୁ ନିର୍ଦ୍ଦେଶ ଦେଲେ ଦିଦି

ମମତା ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ରାଜ୍ୟରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି, ଯେଉଁଥିରେ ସମସ୍ତ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି

କୋଲକାତା:ପଶ୍ଚିମବଙ୍ଗରେ ଦିଦି ହାରିବା ପରେ ଏବେ ରୋଚକ ହୋଇଛି ରାଜନୈତିକ ସ୍ଥିତି।ବିଜେପି ଠାରୁ ହାରିବା ପରେ ରାଜ୍ୟରେ ଟିଏମସି କର୍ମୀ ଭଙ୍ଗାରୁଜା ଓ ହିଂସକ ପ୍ରଦର୍ଶନ ଦେଖାଇଛନ୍ତି। ଏହାରି ଭିତରେ ମମତା ବାନାର୍ଜୀ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି, ଯାହାକୁ ନେଇ ବ୍ୟାପକ ଆଲୋଚନା ହେଉଛି। ମମତା ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ରାଜ୍ୟରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି, ଯେଉଁଥିରେ ସମସ୍ତ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହିତ, ସେସବୁର ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଦୁଷ୍ୟନ୍ତ ନାରିଆଲା ଏକ ଲିଖିତ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ସମସ୍ତ ବିଭାଗୀୟ ସଚିବ ଏବଂ କାର୍ଯ୍ୟାଳୟ ମୁଖ୍ୟମାନଙ୍କୁ ଅନୁରୋଧ କରାଯାଉଛି ଯେ, କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କିମ୍ବା ଫାଇଲ୍ କାର୍ଯ୍ୟାଳୟରୁ ଯେପରି ନହଟିବ ଅବା ନଷ୍ଟ ନହେବ ସେଥିପ୍ରତି ଧ୍ୟାନ ଦେବେ। ଯାହାକୁ ନେଇ ରାଜନୀତି ତେଜିଛି।

Leave A Reply

Your email address will not be published.