thelifelinemedia
Latest Odisha News, Breaking News Today

ସଂଖ୍ୟା ନ ଥାଇ ସରକାର ଗଢିବେ ବିଜୟ:ଜଣାପଡିଲା ଫର୍ମୁଲା

କଂଗ୍ରେସର ୫ ବିଧାୟକ ଟିଭିକେକୁ ସମର୍ଥନ ଦେଇପାରନ୍ତି । ସେମାନେ ସମର୍ଥନ ଦେଲେ ସରକାର ଗଢିବାକୁ ହେଲେ ଆଉ ୫ ଆସନର ଆବଶ୍ୟକତା ପଡ଼ିବ

ଚେନ୍ନାଇ: ତାମିଲନାଡୁରେ ସତ୍ତା ପରିବର୍ତ୍ତନ ହୋଇଛି। ଶାସକ ଡିଏମକେ ପରାଜୟର ସାମ୍ନା କରିଛି। ବିଜୟଙ୍କ ଟିଭିକେ ବିଜୟ ବାନା ଉଡ଼ାଇଛି।ହେଲେ ବିଜୟଙ୍କ ବିରାଟ ବିଜୟ ସତ୍ତ୍ବେ ସରକାର ଗଢିବାକୁ ସଂଖ୍ୟା ନାହିଁ। ବହୁମତ ସଂଖ୍ୟାଠାରୁ ମାତ୍ର ୧୦ ଆସନ ପଛରେ TVK। ଥାଲାପତି ବିଜୟଙ୍କ ଦଳ ୧୦୮ ସିଟରେ ବିଜୟ। ବିଧାନସଭା ବହୁମତ ସଂଖ୍ୟାଠାରୁ ମାତ୍ର ୧୦ ଆସନ ପଛରେ ରହିଛି । ଏବେ ବଡ଼ ପ୍ରଶ୍ନ, ସେହି ଗୁରୁତ୍ୱପୂର୍ଣ୍ଣ ସଂଖ୍ୟାଗୁଡ଼ିକ କେଉଁଠାରୁ ଆସିବ। DMK ଏବଂ ADMKର ସମର୍ଥନ ଲୋଡିବେ କି ବିଜୟ ।

କୁହାଯାଉଛି କଂଗ୍ରେସର ୫ ବିଧାୟକ ଟିଭିକେକୁ ସମର୍ଥନ ଦେଇପାରନ୍ତି । ସେମାନେ ସମର୍ଥନ ଦେଲେ ସରକାର ଗଢିବାକୁ ହେଲେ ଆଉ ୫ ଆସନର ଆବଶ୍ୟକତା ପଡ଼ିବ । ସିପିଆଇ ଏବଂ ସିପିଏମର ଦୁଇଟି ଲେଖାଁଏ ବିଧାୟକ ଥିବାରୁ ସମର୍ଥନ ମିଳିଲେ ବିଜୟଙ୍କ ସରକାର ଗଠନ ବାଟ ଫିଟିବ । ଦୁଇ ବର୍ଷ ତଳେ ପାର୍ଟି ଗଠନ କରିଥିଲେ ବିଜୟ। ଫିଲ୍ମ ଛାଡ଼ି ରାଜନୀତି କରିଥିଲେ। ଏବେ ପ୍ରଥମ ପଦାର୍ପଣରେ ତାଙ୍କ ଦଳ ଅଦ୍ଭୁତ ପୂର୍ବ ସଫଳତା ପାଇଛି।

Leave A Reply

Your email address will not be published.