thelifelinemedia
Latest Odisha News, Breaking News Today

ପଦାର୍ପଣ ରାଜନୀତିରେ କମାଲ କଲେ ବିଜୟ: ଫିଲ୍ମରେ ହିରୋ, ରାଜନୀତିରେ ବି ହିରୋ, ସରକାର ଗଠନ କରିବାକୁ ଯାଉଛି ଟିଭିକେ

ପ୍ରତି ପରିବାରକୁ ୬ଟି ମାଗଣା ଏଲ୍‌ପିଜି ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥିସହ ମହିଳାଙ୍କ ଦ୍ବାରା ପରିଚାଳିତ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଦଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ସତ୍ତା ପରିବର୍ତ୍ତନ ହୋଇଛି। ରାଜନୀତିରେ ପ୍ରଥମ ଥର ପ୍ରବେଶ କରିଥିବା ଟିଭିକେ ଏକକ ବୃହତ୍ତମ ଦଳ ହେବା ସହ ସରକାର ଗଠନ କରିବାକୁ ଯାଉଛି। ପ୍ରଥମ ନିର୍ବାଚନୀ ଏଣ୍ଟ୍ରିରେ ଏତେ ବଡ଼ ସଫଳତା ହାସଲ କରିଥିବା ବିଜୟଙ୍କ ଟିଭିକେର ନିର୍ବାଚନୀ ପ୍ରତିଶ୍ରୁତି ଉପରେ ଏବେ ସମସ୍ତଙ୍କ ନଜର। ବିଜୟ ତାଙ୍କ ନିର୍ବାଚନ ପ୍ରତିଶ୍ରୁତିରେ ମହିଳାଙ୍କ ବିବାହ ପାଇଁ ୮ ଗ୍ରାମ୍‌ ସୁନା ଦେବେ ବୋଲି ଘୋଷଣା କରିଥିଲେ । ସେ ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳାଙ୍କ ପାଇଁ ଏକ ଉତ୍ତମ ମାନର ଶାଢ଼ି ସହ ସୁନା ଦେବେ ବୋଲି ଘୋଷଣା କରିଥିଲେ।

ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳାଙ୍କୁ ମିଳିବ କି ଶାଢ଼ି ଓ ସୁନା। କାହିଁକି ନା ଟିଭିକେ ନିର୍ବାଚନୀ ଇସ୍ତାହରରେ ଏମିତି କିଛି ଘୋଷଣା କରିଥିଲା ଯାହା ଲୋକଂକ ମନକୁ ଛୁଇଁଛି।ବାର୍ଷିକ ପ୍ରତି ପରିବାରକୁ ୬ଟି ମାଗଣା ଏଲ୍‌ପିଜି ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥିସହ ମହିଳାଙ୍କ ଦ୍ବାରା ପରିଚାଳିତ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଦଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦେବେ ଘୋଷଣା କରିଥିଲେ। ଦଳ ନିର୍ବାଚନ ଜିତିଲେ ଏବଂ ଦୁର୍ନୀତି ମୁକ୍ତ ସରକାରର ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନୀ ଇସ୍ତାହାରରେ ଶିକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା।

Leave A Reply

Your email address will not be published.