ନିଜେ ହାରିଲେ ଦଳ ବି ହାରିଲା: ମମତାଙ୍କ ବିପର୍ଯ୍ଯୟ, ପଶ୍ଚିମବଙ୍ଗରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଅଧିକ ଚର୍ଚ୍ଚା
କୁହାଯାଉଛି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ହେଲେ ଡାର୍କ ହର୍ଷ ଭାବେ ବିଜେପି ଆଉ କାହାକୁ ସାମ୍ନାକୁ ଆଣିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି
କୋଲକାତା: ରାଜନୀତି ପଶାପାଲିରେ ହାରି ଯାଇଛନ୍ତି ମମତା ବାନାର୍ଜୀ। ବେଙ୍ଗଲରେ ଟିଏମସି ପରାଜିତ ହୋଇଥିବା ବେଳେ ନିଜେ ଭବାନୀପୁର ଆସନରୁ ମମତା ହାରିଛନ୍ତି ଯାହା ତାଙ୍କ ପାଇଁ ବଡ ବିପର୍ଯ୍ୟୟ ବୋଲି କୁହାଯାଉଛି।ଏକଦା ଟିଏମ୍ସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ୨୦୨୦ରେ ବିଜେପିରେ ଯୋଗଦେଇ ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ପାଲଟି ଯାଇଛନ୍ତି। ୨୦୨୧ ନିର୍ବାଚନରେ ସେ ତାଙ୍କୁ ନନ୍ଦିଗ୍ରାମ ଆସନରେ ମଧ୍ୟ ହରାଇଥିଲେ। ଏଥର ସେ ଉଭୟ ନନ୍ଦିଗ୍ରାମ ଓ ଭବାନୀପୁର ଆସନରୁ ନିର୍ବାଚନ ଲଢ଼ିଥିଳେ। ସେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ମଧ୍ୟ ରହିଛନ୍ତି।
ଏବେ ବିଜେପି ବଙ୍ଗ ଦଖଲ କରିବା ପରେ କିଏ ହେବ ବିଜେପି ମୁଖ୍ୟମନ୍ତ୍ରୀ ତାଙ୍କୁ ନେଇ ଚର୍ଚ୍ଚା ରହିଛି। କୁହାଯାଉଛି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ହେଲେ ଡାର୍କ ହର୍ଷ ଭାବେ ବିଜେପି ଆଉ କାହାକୁ ସାମ୍ନାକୁ ଆଣିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।