ଓଡ଼ିଶାରେ କ୍ଷୀର ଦର ବୃଦ୍ଧି କଲା ଓମ୍ଫେଡ୍: ଆଜିଠାରୁ ରାଜ୍ୟରେ ଓମ୍ଫେଡ୍ର ନୂଆ ଦର ଲାଗୁ
ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରାଯାଇଛି ଯାହା ୫୬ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହେଲା
ଭୁବନେଶ୍ୱର: ରାଜ୍ୟରେ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି କରିଛି ଯାହା ଆଜି ଠାରୁ ନୂଆ ଦର ଲାଗୁ ହୋଇଛି। ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି। ୫୦ ଟଙ୍କାରୁ ବୃଦ୍ଧି ପାଇ ଏହା ୫୪ ଟଙ୍କା ହେଲା। ସେହିପରି ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ଏହା ୫୪ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହୋଇଛି। ଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ୬୦ ଟଙ୍କାରୁ ବୃଦ୍ଧି ପାଇ ଏହା ୬୪ ଟଙ୍କା ହୋଇଛି।
ସେହିପରି ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରାଯାଇଛି ଯାହା ୫୬ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହେଲା। ଗୋଟିଏ ପ୍ୟାକେଟ୍ (୫୦୦ ମି.ଲି) ଉପରେ ୨ ଟଙ୍କା ବୃଦ୍ଧି ହୋଇଛି।ରାଜ୍ୟରେ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି କରିଛି ଯାହା ଆଜି ଠାରୁ ନୂଆ ଦର ଲାଗୁ ହୋଇଛି।