thelifelinemedia
Latest Odisha News, Breaking News Today

ରାଜ୍ୟରେ କାଳବୈଶାଖୀ ତାଣ୍ଡବ: ପାଲଲହଡ଼ା, ଉଦଳା ଆଦି ଅଞ୍ଚଳରେ ବ୍ୟାପକ କ୍ଷତି

ଆଗାମୀ କିଛି ଦିନ ଯାଏଁ ଏହି ତାଣ୍ଡବ ଜାରି ରହିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ । ଏଥିରେ ପାଲଲହଡ଼ା, ଉଦଳା ଆଦି ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି।ଖମାରରେ ଚାଲିଥିବା ଚନ୍ଦନ ଯାତ୍ରା ପଡ଼ିଆରେ ଟେଣ୍ଟ ଭାଙ୍ଗିଗଲା।ଖାଇବା ଷ୍ଟଲ୍, ଦୋଳି ଆଦି କ୍ଷତିଗ୍ରସ୍ତ ହେବା ସହ ଅପେରା ମଞ୍ଚ ଭାଙ୍ଗିଲା। ସେହିପରି ପୁରୁଣାପାଣି, ଡୁକୁରା ଆଦି ଅଞ୍ଚଳରେ ବଡ଼ ବଡ଼ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି । ଯାତାୟାତ ଠପ୍ ହୋଇଯାଇଛି।କେତେକ ସ୍ଥାନରେ ଘର ଓ କାର୍‌ ମଧ୍ୟ ଗଛ ପଡ଼ି ଭାଙ୍ଗିଲା।ରାସ୍ତା ଘାଟରେ ବଡ଼ ବଡ଼ ଗଛ ଉପୁଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।

ରାଜ୍ୟରେ କାଳବୈଶାଖୀର ଭୟଙ୍କର ରୂପ ଦେଖିବାକୁ ମିଳିଛି, ଯେଉଁଥିରେ ପ୍ରବଳ ପବନ, ବଜ୍ରପାତ ଓ କୁଆପଥର ମାଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସହ ଘରଦ୍ୱାର ଭାଙ୍ଗିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ କିଛି ଦିନ ଯାଏଁ ଏହି ତାଣ୍ଡବ ଜାରି ରହିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.