ଦେଢ଼ ଲକ୍ଷ ଟପିଲା ସୁନା, ରୁପା ଦାମ୍ ବି ୩ ଲକ୍ଷ ମୁହାଁ
ଦେଢ଼ ଲକ୍ଷ ଟପିଲା ହଳଦିଆ ଧାତୁ । ରୁପା ଦାମ୍ ବି ୩ ଲକ୍ଷ ମୁହାଁ । ସୁନା-ରୁପା ଦରକୁ ନେଇ ଗ୍ରାହକ କନଫ୍ୟୁଜ୍
ଭୁବନେଶ୍ୱର:ବଢୁଛି ସୁନାଦର । ଅଣଆୟତ୍ତ ବି ରୁପା ଦାମ୍ । ଦେଢ଼ ଲକ୍ଷ ଟପିଲା ହଳଦିଆ ଧାତୁ । ରୁପା ଦାମ୍ ବି ୩ ଲକ୍ଷ ମୁହାଁ । ସୁନା-ରୁପା ଦରକୁ ନେଇ ଗ୍ରାହକ କନଫ୍ୟୁଜ୍ । କେତେବେଳେ ବଢ଼ୁଛି ତ ପୁଣି କେତେବେଳେ କମୁଛି । ଲଗାତର ସୁନା-ରୁପା ଦର ଉପର ତଳ ହେଉଛି ।
୮ରୁ ୯ ମାସ ହେବ ଉଭୟ ଧାତୁର ଦରରେ ଲଗାମ ଲାଗୁନାହିଁ । ପୂର୍ବରୁ ସୁନାଦର ଦେଢ଼ ଲକ୍ଷ ଟପିଥିଲେ ମଧ୍ୟ ଏହା କ୍ରମଶଃ ହ୍ରାସ ପାଇ ଲକ୍ଷେ ୩୦ ତଳକୁ ଖସିଥିଲା । ହେଲେ ବର୍ତ୍ତମାନ ପୁଣି ଥରେ ସୁନାଦର ଦେଢ଼ ଲକ୍ଷ ଟଙ୍କା ଅତିକ୍ରମ କରିଛି । ଯାହାଫଳରେ ବିବାହ ଋତୁ ଚାଲୁଥିବାରୁ ଗରିବ ମଧ୍ୟବିତ୍ତମାନେ ବଡ଼ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।କେତେବେଳେ ବଢ଼ୁଛି ତ ପୁଣି କେତେବେଳେ କମୁଛି । ଲଗାତର ସୁନା-ରୁପା ଦର ଉପର ତଳ ହେଉଛି ।