୩ ଦିନ ଯାଏଁ କଲବଲ କରିବ ତାତି,୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରିରୁ ତାହ୍ରି ମିଳିବାର ନାହଁ
ଆସନ୍ତା ୩ ଦିନ ଯାଏଁ ଗରମ ଓ ଗୁଳୁଗୁଳି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ଆହୁରି ୩ ଦିନ ଯାଏଁ କଲବଲ କରିବ ତାତି। ଆସନ୍ତା ୩ ଦିନ ଯାଏଁ ଗରମ ଓ ଗୁଳୁଗୁଳି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରିରୁ ତାହ୍ରି ମିଳିବାର ନାହଁ। ଆଉ ପଶ୍ଚିମ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଛୁଇଁପାରେ ବୋଲି ଚେତାଇ ଦେଇଛି ପାଣିପାଗ ବିଭାଗ।
ତେବେ ୨୯ ବେଳକୁ ପାଗରେ ହୋଇପାରେ ପରିବର୍ତ୍ତନ। ଟ୍ରପ୍ ଲାଇନ୍ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ଫଳରେ ପ୍ରବଳ ତାତିରୁ କିଛିଟା ଆସ୍ବସ୍ତି ମିଳିପାରେ।୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରିରୁ ତାହ୍ରି ମିଳିବାର ନାହଁ। ଆଉ ପଶ୍ଚିମ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଛୁଇଁପାରେ ବୋଲି ଚେତାଇ ଦେଇଛି ପାଣିପାଗ ବିଭାଗ।