thelifelinemedia
Latest Odisha News, Breaking News Today

ରଥଯାତ୍ରା ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ:ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଆଇନ ବିଭାଗ ପ୍ରମୁଖ ଶାସନ ସଚିବ, ପୁରୀ ଜିଲ୍ଲାପାଳ ଓ ଏସ୍‌ପି ମଧ୍ଯ ଉପସ୍ଥିତ ରହିଥିଲେ।ଯଥେଷ୍ଟ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି

ଭୁବନେଶ୍ୱର: ଆସନ୍ତା ରଥଯାତ୍ରା ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ବସିଥିଲା। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିଥିଲେ। ଆଇନ ବିଭାଗ ପ୍ରମୁଖ ଶାସନ ସଚିବ, ପୁରୀ ଜିଲ୍ଲାପାଳ ଓ ଏସ୍‌ପି ମଧ୍ଯ ଉପସ୍ଥିତ ରହିଥିଲେ।ଯଥେଷ୍ଟ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଯୋଗ୍ୟ, ବିଶ୍ବପ୍ରିସଦ୍ଧ ରଥଯାତ୍ରା ଲାଗି ଆରମ୍ଭ ହୋଇଛି ରଥ ନିର୍ମାଣ । ରଥ ନିର୍ମାଣକାରୀ ସେବକ ମାନେ ତିନି ରଥର କରତୀ ସେବକ ମାନେ ମୁଖ୍ୟ ମହାରଣା ତିନିରଥ ପାଇଁ ଉଦ୍ଦିଷ୍ଟ ଫାଶୀ କାଠକୁ ମାପ ପ୍ରକାରେ ଗଡ କରି ତାଳଧ୍ଵଜ ଚାଳି, ଦର୍ପଦଳନ ଚାଳି, ଏବଂ ନନ୍ଦିଘୋଷ ଚାଳି କୁ ଦୁଇଟି ଲେଖାଏଁ ତୁମ୍ୱ ଗଡକରି ଯୋଗାଇଥିଲେ, ତିନି ରଥର ସୁତାର ମହାରଣା ଗଡ ତୁମ୍ବ କାଠରେ ଘେର ମାପ ଚିହ୍ନ ଦେବାପରେ ତିନି ରଥର ମହାରଣା ସେବକ ମାନେ ବାରିସିରେ ମର୍ଦ୍ଦଳ। କାର ଭାବେ ହାଣି ତୁମ୍ବ ନିର୍ମାଣ ଜାରି ରଖିଛନ୍ତି ।

Leave A Reply

Your email address will not be published.