କେଜ୍ରିୱାଲଙ୍କ ଉପରେ ବର୍ଷିଲେ ରାଘବ ଚଡ୍ଡା: କହିଲେ ମୁଁ ଡରିକି ବିଜେପିରେ ଯୋଗଦେଇନି, ଆପ୍ ଆଉ ତା ନୀତି ଆଦର୍ଶରେ ନାହିଁ
ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ୧୦ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ପଞ୍ଜାବରୁ ୭ ଜଣ ଏବଂ ଦିଲ୍ଲୀରୁ ୩ ଜଣ
ନୂଆଦିଲ୍ଲୀ: ଆପ୍ ଏବେ ଦୁର୍ନୀତିରେ ଭରିଛି । ଦଳ ଆଉ ନୀତି ଆଦର୍ଶରେ ନାହିଁ ବୋଲି ଦଳ ଛାଡିଥିବା ସାଂସଦ ରାଘବ ଚଡ୍ଡା କହିଛନ୍ତି। କେଜ୍ରିୱାଲଙ୍କ ଉପରେ ବର୍ଷିଲେ ରାଘବ।ଆପ୍ ଛାଡ଼ିବାର କିଛି ଘଣ୍ଟା ପରେ ବିଜେପିରେ ମିଶିଥିଲେ ରାଘବ ଚଡ୍ଡା। ତାଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଆପର ୧୦ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୭ ଜଣ ଦଳ ଛାଡ଼ିଥିବା ରାଘବ ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ।
ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ୧୦ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ପଞ୍ଜାବରୁ ୭ ଜଣ ଏବଂ ଦିଲ୍ଲୀରୁ ୩ ଜଣ। ଏବେ ୭ ଜଣ ଛାଡି ଦେବା ପରେ ଆପ୍ ପାଖରେ ଆଉ ମାତ୍ର ୩ ଜଣ ସାଂସଦ ସଞ୍ଜୟ ସିଂହ (ଦିଲ୍ଲୀ), ଏନଡି ଗୁପ୍ତା (ଦିଲ୍ଲୀ) ଏବଂ ଜଳ କର୍ମୀ ବଲବୀର ସିଂହ ସିଚେୱାଲ (ପଞ୍ଜାବ) ରହିଛନ୍ତି। ରାଘବ ଚଢା, ସନ୍ଦୀପ ସିଂହ ଏବଂ ଅଶୋକ ମିତ୍ତଲ ଖୁବ୍ ଶୀଘ୍ର ବିଜେପି ସଭାପତି ନୀତିନ ନବୀନଙ୍କୁ ଭେଟି ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବରେ ଯୋଗ ଦେବେ ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି।